ସମବାୟ ନିର୍ବାଚନରେ ଜାଲିଆତି ଅଭିଯୋଗ

Advertisment

ଧାରଣା ଦେଲେ ଚାଷୀ, ନିର୍ବାଚନ ବନ୍ଦ ପାଇଁ ଚିଠି ଲେଖିଲେ

ଧାରଣା ଦେଲେ ଚାଷୀ, ନିର୍ବାଚନ ବନ୍ଦ ପାଇଁ ଚିଠି ଲେଖିଲେ

ସମବାୟ ନିର୍ବାଚନରେ ଜାଲିଆତି ଅଭିଯୋଗ

ବାଲିପାଟଣା: ସୋମଣାଶାସନ ସମବାୟ ସମିତି ନିର୍ବାଚନରେ ନାମାଙ୍କନରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଘଣ୍ଟା ଘଣ୍ଟା ଧରି ଅଟକ ରଖିବା ସହ ଧାରଣାରେ ବସିଥିଲେ। ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଉକ୍ତ ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ତେବେ ଅଧିକାରୀଜଣକ ନିଜ ଭୁଲ ସ୍ୱୀକାର କରିବା ସହ ନିର୍ବାଚନ ବାତିଲ ପାଇଁ ଜିଲ୍ଲା ସମବାୟ ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା।

ସୂଚନା ଅନୁଯାୟୀ, ଆସନ୍ତା ୧୯ ତାରିଖରେ ସୋମଣା ଶାସନ ସେବା ସମବାୟ ସମିତି ନିର୍ବାଚନ ହେବ। ୧୫ଟି ଜୋନ୍‌ ପାଇଁ ୩୧ଜଣ ନାମାଙ୍କନ ଦାଖଲ କରିଥିଲେ। ଏହି ନିର୍ବାଚନ ଦାୟିତ୍ବରେ ବାଲିପାଟଣା ବ୍ଲକ ଦେଉଳିଧରପୁର ପଞ୍ଚାୟତର ଗ୍ରାମସେବକ ସଞ୍ଜୟ କୁମାର ବାରିକ ଅଛନ୍ତି। ୪ ନଂ ଜୋନ୍‌ରେ ଲଢ଼ୁଥିବା ଅନୟ କୁମାର ପ୍ରଧାନ ତାଙ୍କ ପ୍ରତିଦ୍ବନ୍ଦ୍ବୀ ପୀତାମ୍ବର ସାହାଣୀଙ୍କ ପାର୍ଥିପତ୍ରରେ ତ୍ରୁଟି ଥିବା ନେଇ ଗତ ୨ ତାରିଖରେ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନାମାଙ୍କନପତ୍ର ଯାଞ୍ଚ ପରେ ରବିବାର ମଧ୍ୟାହ୍ନରେ ଚୂଡ଼ାନ୍ତ ପାର୍ଥିପତ୍ର ଓ ଚିହ୍ନ ତାଲିକା ନୋଟିସ୍‌ ମରାଯାଇଥିଲା। ଏହି ନୋଟିସ୍‌ରେ ପୀତାମ୍ବରଙ୍କ ନାମ ନଥିଲା। ମାତ୍ର ଏହାର କେଇ ଘଣ୍ଟା ପରେ ଉକ୍ତ ନୋଟିସକୁ ଚିରି ବାଦ୍‌ ପଡ଼ିଥିବା ପୀତାମ୍ବରଙ୍କ ନାମ ଯୋଡ଼ା ଯାଇଥିଲା।

ନିର୍ବାଚନ ଅଧିକାରୀ ଶ୍ରୀ ବାରିକ ନିର୍ଦ୍ଦିଷ୍ଟ ଏକ ଗୋଷ୍ଠୀକୁ ଅନୁକମ୍ପା ଦେଖାଇ ଏଭଳି ଅନିୟମିତତା କରିଥିବା ଲୋକେ ଅଭିଯୋଗ କରିଥିଲେ। ସୂଚନା ପାଇ ଭୁବନେଶ୍ୱର ସମବାୟ ଏସଆର ସଞ୍ଜୟ କୁମାର କହଁର ଏବଂ ବାଲିପାଟଣା ସିଇଓ ଦିବ୍ୟରଞ୍ଜନ ପ୍ରଧାନ ଘଟଣାସ୍ଥଳକୁ ଯାଇ ଅଭିଯୋଗକାରୀଙ୍କ ସହ ଆଲୋଚନା କରିଥିଲେ। ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି ନିଷ୍କର୍ସ ବାହାରି ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe