କନସିଂହା ପେକ୍ସ ନିର୍ବାଚନରେ ଜାଲିଆତି ଅଭିଯୋଗ 

Advertisment
କନସିଂହା ପେକ୍ସ ନିର୍ବାଚନରେ ଜାଲିଆତି ଅଭିଯୋଗ 

ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ କନସିଂହା ପ୍ରାଥମିକ କୃଷି ସମବାୟ ସମିତିର ନିର୍ବାଚନ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବ। ସେଥିପାଇଁ ନାମାଙ୍କନପତ୍ର ଦାଖଲ ସରିଛି। ଯାଂଚ ସମୟରେ ନାମାଙ୍କନପତ୍ରରେ ସମର୍ଥକ, ପ୍ରସ୍ତାବକଙ୍କ ଦସ୍ତଖତ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ଫଳରେ ଜଣେ ପ୍ରାର୍ଥିନୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଥିଲା। କିନ୍ତୁ ଅନେକ ପ୍ରାର୍ଥୀଙ୍କ ଜାଲିଆତି ଦସ୍ତଖତ କାଏମ ରହିଛି। ଏ ସଂପର୍କରେ ନିର୍ବାଚନ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି।

ଅଭିଯୋଗ ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବାଧ୍ୟ ହୋଇ ବିଚାରାଳୟର ଆଶ୍ରୟ ନେବୁ ବୋଲି ଅଭିଯୋଗକାରୀ ସୌକିଲାଲ ବିନ୍ଧାଣୀ, ମୁରଲିଧର ବଢ଼େଇ, ଯାଦବ ସିଂହ ବରିହା, ନାରାୟଣ ମେହେର, ସରୋଜ ପ୍ରଧାନ, ଜଗଦାନନ୍ଦ ଶତପଥୀ, ଲଳିତା ସିଂବରିହା, ବସନ୍ତ ବଢ଼େଇ, ଚୈତନ୍ୟ ଭୋଇ, ତପସ୍ବିନୀ ପ୍ରଧାନ, ବୈଲୋଚନ ନାଏକ, ଗର୍ନ୍ଧବୀ ନାଏକ ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe