ଟେଣ୍ଡର ପ୍ରକ୍ରିୟାରେ ଚଞ୍ଚକତା ଅଭିଯୋଗ: ଆର୍‌ଡି ଅଫିସ୍‌ ସମ୍ମୁଖରେ ଶୋଇଲେ ଠିକାଦାର

Advertisment
ଟେଣ୍ଡର ପ୍ରକ୍ରିୟାରେ ଚଞ୍ଚକତା ଅଭିଯୋଗ: ଆର୍‌ଡି ଅଫିସ୍‌ ସମ୍ମୁଖରେ ଶୋଇଲେ ଠିକାଦାର

ଜଳେଶ୍ୱର: ଟେଣ୍ଡର ପ୍ରକ୍ରିୟାରେ ଭାଗନେଉଥିବା ଠିକାଦାରଙ୍କ ପ୍ରତି ପାତରଅନ୍ତର କରାଯାଉଛି। ଅଯୋଗ୍ୟକୁ ଯୋଗ୍ୟ ଓ ଯୋଗ୍ୟକୁ ଅଯୋଗ୍ୟ ଦର୍ଶାଯାଉଛି ବୋଲି ଠିକାଦାର ଲୋକନାଥ ଜେନା ଅଭିଯୋଗ କରି ଆଜି ଜଳେଶ୍ବର ଚାଲନ୍ତିସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଜନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନଶନ କରିଛନ୍ତି। ଏହି ସମୟରେ ସେ ମୁଖ୍ୟ ଫାଟକ ସମ୍ମୁଖରେ ଶୋଇପଡ଼ିଥିଲେ।

ଠିକାଦାର ଲୋକନାଥ ଜେନାଙ୍କ ଅଭିଯୋଗ ଅନୁଯାୟୀ; ନିକଟରେ ହୋଇଥିବା ଏକ ନିର୍ଦ୍ଦିଷ୍ଟ ଟେଣ୍ଡର ପ୍ରକ୍ରିୟାରେ ଜଣେ ଠିକାଦାର ଅଭିଜ୍ଞତା ପ୍ରମାଣପତ୍ରରେ ଜାଲିଆତି କରି ଅଂଶଗ୍ରହଣ କରିଥିଲେ। ଏ ସମ୍ପର୍କରେ ଅଭିଯୋଗ କରାଯାଇଥିଲେ ମଧ୍ୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ମାମଲାକୁ ଚପାଇ ଦେବା ପାଇଁ ଉଦ୍ୟମ କରାଯାଉଛି। ତେବେ ତଦନ୍ତ ପ୍ରତିଶ୍ରୁତି ମିଳିବା ପରେ ଶ୍ରୀ ଜେନା ଆନ୍ଦୋଳନରୁ ଓହରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe