ରାଇରଙ୍ଗପୁର ଡାକ୍ତରଖାନାରେ ସ୍ବାସ୍ଥ୍ୟ କର୍ମୀ ରୋଗୀଙ୍କୁ ଲାଞ୍ଚ ମାଗୁଥିବା ଅଭିଯୋଗ

Advertisment

ଜନୈକ ଆଦିବାସୀ ଗର୍ଭବତୀ ମହିଳାଙ୍କୁ ପ୍ରସବ ନିମନ୍ତେ ଭର୍ତ୍ତି କରାଯାଇଥିଲା। ଉକ୍ତ ଗର୍ଭବତୀ ମହିଳାଙ୍କ ପରିବାରଙ୍କୁ ହସ୍ପିଟାଲର କିଛି ସ୍ୱାସ୍ଥ୍ୟ କର୍ମୀ ତଥା ନର୍ସମାନେ ପ୍ରସବ ନିମନ୍ତେ ୧୫ ଶହ ଟଙ୍କା ମାଗିଥିଲେ। ଟଙ୍କା ନଦେଲେ ବାରିପଦାକୁ ରେଫର କରାଯିବ ବୋଲି ଧମକ ଦିଆଯାଇଥିଲା।

ଜନୈକ ଆଦିବାସୀ ଗର୍ଭବତୀ ମହିଳାଙ୍କୁ ପ୍ରସବ ନିମନ୍ତେ ଭର୍ତ୍ତି କରାଯାଇଥିଲା। ଉକ୍ତ ଗର୍ଭବତୀ ମହିଳାଙ୍କ ପରିବାରଙ୍କୁ ହସ୍ପିଟାଲର କିଛି ସ୍ୱାସ୍ଥ୍ୟ କର୍ମୀ ତଥା ନର୍ସମାନେ ପ୍ରସବ ନିମନ୍ତେ ୧୫ ଶହ ଟଙ୍କା ମାଗିଥିଲେ। ଟଙ୍କା ନଦେଲେ ବାରିପଦାକୁ ରେଫର କରାଯିବ ବୋଲି ଧମକ ଦିଆଯାଇଥିଲା।

r

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଲାଞ୍ଚ ମଗାଯାଇଥିବା ନେଇ ଅଭିଯୋଗ ହୋଇଛି। ମାସା ଆର୍ମି ପକ୍ଷରୁ ଏହି ଅଭିଯୋଗ କରାଯାଇଛି।

ଅଭିଯୋଗରେ କୁହାଯାଇଛି ଯେ, ଜିଲ୍ଲାର ବହଳଦା ବ୍ଲକ ଅନ୍ତର୍ଗତ ଦଲସରା ଗ୍ରାମର ଜନୈକ ଆଦିବାସୀ ଗର୍ଭବତୀ ମହିଳାଙ୍କୁ ପ୍ରସବ ନିମନ୍ତେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଉକ୍ତ ଗର୍ଭବତୀ ମହିଳାଙ୍କ ପରିବାରଙ୍କୁ ହସ୍ପିଟାଲର କିଛି ସ୍ୱାସ୍ଥ୍ୟ କର୍ମୀ ତଥା ନର୍ସମାନେ ପ୍ରସବ ନିମନ୍ତେ ୧୫ ଶହ ଟଙ୍କା ମାଗିଥିଲେ। ଟଙ୍କା ନଦେଲେ ବାରିପଦାକୁ ରେଫର କରାଯିବ ବୋଲି ଗର୍ଭବତୀ ମହିଳାଙ୍କ ପରିବାରକୁ ଧମକ ଦିଆଯାଇଥିଲା। ଗର୍ଭବତୀ ମହିଳାଙ୍କ ପରିବାର ପାଖରେ ଟଙ୍କା ନ ଥିଲେ ମଧ୍ୟ ଭୟରେ ଟଙ୍କା ଧାର ଉଧାର କରି ନର୍ସମାନଙ୍କୁ ପ୍ରସବ ନିମନ୍ତେ ୧୫ ଶହ ଟଙ୍କା ଦେଇଥିବା ନେଇ ଅଭିଯୋଗ କରିଛନ୍ତି। ଉକ୍ତ ଘଟଣାରେ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମାସାଆର୍ମୀର ବାମନଘାଟି ଉପଖଣ୍ଡ ସଭାପତି ଦାସ‌ମାତ ସରେନଙ୍କ ପାଖରେ ପହଞ୍ଚିବା ପରେ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ଯାଇ ଉକ୍ତ ଦୁର୍ନୀତି ବିରୋଧରେ ପ୍ରତିବାଦ କରିଥିଲେ ଓ ତୁରନ୍ତ ଟଙ୍କା ଫେରସ୍ତ ସହିତ ଦୋଷୀ ସ୍ୱାସ୍ଥ୍ୟ କର୍ମୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ନିମନ୍ତେ ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କ ନିକଟରେ ଦାବି କରିଥିଲେ।

ର୍ଭବତୀ ମହିଳାଙ୍କ ପରିବାରଙ୍କୁ ହସ୍ପିଟାଲର କିଛି ସ୍ୱାସ୍ଥ୍ୟ କର୍ମୀ ତଥା ନର୍ସମାନେ ପ୍ରସବ ନିମନ୍ତେ ୧୫ ଶହ ଟଙ୍କା ମାଗିଥିଲେ। ଟଙ୍କା ନଦେଲେ ବାରିପଦାକୁ ରେଫର କରାଯିବ ବୋଲି ଗର୍ଭବତୀ ମହିଳାଙ୍କ ପରିବାରକୁ ଧମକ ଦିଆଯାଇଥିଲା।

ପ୍ରତିବାଦର ସଙ୍ଗେ ସଙ୍ଗେ ଗର୍ଭବତୀ ମହିଳାଙ୍କ ପରିବାରକୁ ଟଙ୍କା ଫେରସ୍ତ କରାଯାଇଥିଲେ ସୁଧା ଏ ପର୍ଯ୍ୟନ୍ତ ଅଭିଯୁକ୍ତ ସ୍ୱାସ୍ଥ୍ୟ କର୍ମୀ ବିରୋଧରେ  କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନ ଥିବାରୁ ଆଜି ମାସାଆର୍ମୀ ବାମନଘାଟି ସଭାପତି ଦାସ‌ମାତ ସରେନଙ୍କ ନେତୃତ୍ବରେ ଏକ ସ୍ମାରକପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସିଡିଏମଓଙ୍କ ଉଦ୍ଦେଶ୍ୟ ଉପଖଣ୍ଡ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛିl ଆଗାମୀ ୭ ଦିନ ଭିତରେ ଅଭିଯୁକ୍ତ ସ୍ୱାସ୍ଥ୍ୟ କର୍ମୀମାନଙ୍କ ବିରୋଧରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ମାସାଆର୍ମୀ ସଂଗଠନ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖ୍ୟରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛିl

ଦାସ‌ମାତ ସୋରେନଙ୍କ ସହିତ ବାମନଘାଟି ମାସାଆର୍ମୀ ସମ୍ପାଦକ କାହ୍ନୁ ମୁର୍ମୁ, ବାମନଘାଟି ଓ ପାଞ୍ଚପିଢ ସଂଗଠନ ପର୍ଯ୍ୟବେକ୍ଷକ ବାରିଆଳ ହେମ୍ବ୍ରମ, ଉପଖଣ୍ଡ ଉପସଭାପତି ବନମାଳୀ ନାଗ, ସହ ସମ୍ପାଦକ ରବୀନ୍ଦ୍ର ମୁର୍ମୁ, ଧନରାମ୍ ସରେନ, ପାଲୁରାମ୍ ମୁର୍ମୁ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ପଠାଇଛନ୍ତି। ଉକ୍ତ ସମ୍ବେଦନଶିଳ ଘଟଣାକୁ ମାସାଆର୍ମୀ ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡି ଗୁରୁତ୍ବର ସହିତ ନେଇ ଗୁରୁବାର ସିଡିଏମଓଙ୍କୁ ଭେଟି ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି ଉପସ୍ଥାପନା କରିବେ ବୋଲି ସୂଚନା ଦେଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe