ମଧୁସେତୁ ନିକଟ ମହାନଦୀ ଶଯ୍ୟାରେ ବେଆଇନ ନିର୍ମାଣ ଅଭିଯୋଗ: ଏନ୍‌ଜିଟିରେ ମାମଲା

Advertisment
ବର୍ଜ୍ୟବସ୍ତୁ ପରିଚାଳନାରେ ବିଫଳତା ପାଇଁ ବିହାରକୁ ୪୦୦୦ କୋଟିର ଏନ୍‌ଜିଟି ଛାଟ

barandbench.com

କଟକ : ମଧୁସୂଦନ ସେତୁ ନିକଟରେ ମହାନଦୀ ଶଯ୍ୟାରେ ବେଆଇନ ନିର୍ମାଣ ଅଭିଯୋଗ ନେଇ ଜାତୀୟ ଗ୍ରିନ୍‌ ଟ୍ରିବୁନାଲ (ଏନ୍‌ଜିଟି)ରେ ମାମଲା ରୁଜୁ ହୋଇଛି। କଟକ ସହର ବାସିନ୍ଦା‌ ରାଜା ଦାସଙ୍କ ତରଫରୁ ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଜଙ୍ଗଲ ନଷ୍ଟ କରାଯାଇ ମଧୁସୂଦନ ସେତୁ ନିକଟ ମହାନଦୀ ଶଯ୍ୟାରେ ରେଡି ମିକ୍ସ କଂକ୍ରିଟ ୟୁନିଟ ନିର୍ମାଣ କରାଯାଇଛି। ଏଥି ସହିତ ନଦୀଶଯ୍ୟାରେ ଘର ଓ ଅନ୍ୟାନ୍ୟ କେତେକ ସ୍ଥାୟୀ ନିର୍ମାଣ କରାଯାଇଛି। ଏଭଳି ନିର୍ମାଣ ପାଇଁ ବ୍ୟାପକ ଗଛ କଟାଯାଇଛି। କଟକ ଡିଏଫଓଙ୍କ କାର୍ଯ୍ୟାଳୟ ଯାଇ ରେକର୍ଡ ‌ଯାଞ୍ଚ କରି ଆବେଦନକାରୀ ଜାଣିବାକୁ ପାଇଥିଲେ ଯେ ମହାନଦୀ ଶଯ୍ୟାର ଏହି ସ୍ଥାନରୁ ଗଛ କାଟିବା ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରୁ କୌଣସି ଅନୁମତି ଦିଆଯାଇ ନାହିଁ। ଏଥି ସହିତ ରେଡି ମିକ୍ସ କଂକ୍ରିଟ ୟୁନିଟ ନିର୍ମାଣ କରିଥିବା ସଂସ୍ଥା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରେ ଏପରି ନିର୍ମାଣ ପାଇଁ ଅନୁମତି ଲୋଡି ଅନ୍ ଲାଇନରେ ଆବେଦନ କରିଥିଲା। କିନ୍ତୁ ଆବେଦନ ସମୟରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନୋ-ଅବଜେକ୍ସନ୍ ସଂସ୍ଥା ଦାଖଲ କରି ନଥିବା ଜଣା ପଡିଛି।

ବେଆଇନ ଭାବେ ମହାନଦୀ ଶଯ୍ୟାରେ ରେଡି ମିକ୍ସ କଂକ୍ରିଟ ୟୁନିଟ ଓ ଅନ୍ୟାନ୍ୟ ନିର୍ମାଣ ଦ୍ବାରା କଟକ ସହର ପ୍ରତି ବିପଦ ଦେଖା ଦେଇଛି। ଜଙ୍ଗଲ ନଷ୍ଟ ହୋଇଛି ଓ ପରିବେଶ ପ୍ରଦୂଷିତ ହୋଇଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏହି ପ୍ରସଂଗରେ ଆଇନ ଅନୁସାରେ କଡା ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଉ। ପରିବେଶର ହୋଇଥିବା କ୍ଷତି ଭରଣା ପାଇଁ ଏପରି ବେଆଇନ ନିର୍ମାଣ କରିଥିବା ସଂସ୍ଥା ନିକଟରୁ କ୍ଷତିପୂରଣ ଆଦାୟ ପାଇଁ ଏନଜିଟି ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀ ନିବେଦନ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରାଜୀବ କୁମାର ମହାନ୍ତ ଓ ସୂର୍ଯ୍ୟକାନ୍ତ ଦ୍ବିବେଦୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe