ଭୋଗରାଇ ବିଧାୟକଙ୍କ ନାଁରେ ବେଆଇନ ସରକାରୀ ଜମି ଦଖଲ ଅଭିଯୋଗ !

Advertisment

ଉଚ୍ଚ ନ୍ୟାୟାଳୟ ପକ୍ଷରୁ ତୁରନ୍ତ ଉଚ୍ଛେଦ ନିର୍ଦ୍ଦେଶ

ଉଚ୍ଚ ନ୍ୟାୟାଳୟ ପକ୍ଷରୁ ତୁରନ୍ତ ଉଚ୍ଛେଦ ନିର୍ଦ୍ଦେଶ

ଭୋଗରାଇ ବିଧାୟକଙ୍କ ନାଁରେ ବେଆଇନ ସରକାରୀ ଜମି ଦଖଲ ଅଭିଯୋଗ !

ବାଲେଶ୍ୱର: ବାଲେଶ୍ବର ସହରରେ ସରକାରୀ ଜାଗାର ଘୋର ଅଭାବ ଦେଖା ଦେଇଥିବାରୁ ଅଧିକାଂଶ ବିକାଶମୂଳକ କାମ ଘୋଷଣାରେ ଅଟକିଯାଇଛି। ବେଆଇନ୍‌ ଦଖଲ ହୋଇଥିବା ଜାଗାଗୁଡ଼ିକୁ ମଧ୍ୟ ଉଚ୍ଛେଦ କରାଯାଇପାରୁନି। ଏଭଳି ଏକ ପରିସ୍ଥିତିରେ ଜିଲ୍ଲାର ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ନାଁରେ ବେଆଇନ୍‌ ସରକାରୀ ଜମି ଦଖଲ କରିଥିବା ଅଭିଯୋଗ ସାମ୍‌ନାକୁ ଆସିଛି। ଖାଲି ଏତିକି ନୁହେଁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ବାଲେଶ୍ବର ସଦର ତହସିଲଦାରଙ୍କୁ ଉକ୍ତ ଜମିରୁ ଜବରଦଖଲ ଉ‌ଚ୍ଛେଦ ପାଇଁ ନିର୍ଦେଶ ଦେଇଛନ୍ତି।

publive-imageସୂଚନା‌ଯୋଗ୍ୟ, ସଦର ତହସିଲ ଅଧୀନ ପଢୁଆଁପଦା ମୌଜାରେ ଥିବା ଖାତା ନମ୍ବର-୩୮୭ର ୪୫୭/୯୯୧ ନମ୍ବର ପ୍ଲଟ୍‌(ଏ୦.୦୪୬ ଡେସିମିଲ) ଏବଂ ୪୫୭/୯୫୪ ନମ୍ବର ପ୍ଲଟ୍‌(ଏ୦.୦୬୪ ଡେସିମିଲ) ହେଉଛି ଅନାବାଦି କିସମ ଜମି। କିନ୍ତୁ ଏହି ଜମିକୁ ଦୀର୍ଘବର୍ଷ ଧରି ବେଆଇନ୍‌ ଦଖଲ କରି ବିଧାୟକ ଶ୍ରୀ ଦାସ ସେଠାରେ ରହିଆସୁଛନ୍ତି। ଏହି ଜାଗା ଅନାବାଦି ଥିବା ସତ୍ତ୍ବେ ସେ କିପରି ଜବରଦଖଲ କରି ସେଠାରେ ରହୁଛନ୍ତି ତାହା ତଦନ୍ତସାପେକ୍ଷ। ତେବେ ଉକ୍ତ ଜାଗା ବେଆଇନ ଦଖଲ ହୋଇଥିବା ଯୋଗୁଁ ସେହି ପଟେ ଯାଇଥିବା ରାସ୍ତା ମଧ୍ୟ ଅଣଓସାରିଆ ହୋଇଯାଇଛି। ଜାଗା ତ ଯାହା ଜବରଦଖଲ ହୋଇଛି ଶ୍ରୀ ଦାସ ସର୍ବସାଧାରଣ ରାସ୍ତାକୁ ମଧ୍ୟ ଉକ୍ତ ଜାଗାରେ ମିଶାଇ ତା ଉପରେ ପାଚେରି ତିଆରି କରିବାକୁ ପଛାଇନାହାନ୍ତି। ଏନେଇ ସ୍ଥାନୀୟବାସିନ୍ଦାଙ୍କ ପକ୍ଷରୁ ସଦର ତହସିଲ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏ ବାରମ୍ବାର ଅଭିଯୋଗ ହେବା ପରେ ଉଚ୍ଚ ନ୍ୟାୟ‌ାଳୟରେ ଅଭିଯୋଗ ହୋଇଥିଲା।

୨୦୨୧ ମସିହା ଅକ୍ଟୋବର ୧୧ ତାରିଖରେ ଉଚ୍ଚ ନ୍ୟାୟ‌ାଳୟରେ ହୋଇଥିବା ଏକ ଅଭିଯୋଗ ଆଧାରରେ ୩୨୪୨୧/୨୦୨୧ ମାମଲା ମାମଲା ରୁଜୁ କରାଯାଇଥିଲା। ଏହି ମାମଲାକୁ ଓଡ଼ିଶା ହାଇକୋର୍ଟର ସିଙ୍ଗଲ ବେଞ୍ଚ୍‌ରେ ବିଚାର କରାଯାଇ ଜଷ୍ଟିସ୍ କେ ଆର୍ ମହାପାତ୍ର ଗତ ୧୮ ତାରିଖରେ ରାୟ ଶୁଣାଇବା ସହ ବେଆଇନ ଦଖଲ ହୋଇଥିବା ଉକ୍ତ ଦୁଇ ପ୍ଲଟ୍‌କୁ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe