ହାଲୁଲୁଇଆରେ ବେଆଇନ୍‌ ଧର୍ମାନ୍ତରୀକରଣ ଅଭିଯୋଗ, ଏସ୍‌ପିଙ୍କ ଦ୍ୱାରସ୍ତ ହେଲେ ପ୍ରତିଷ୍ଠାତାଙ୍କ ମା’ ଓ ପରିବାର ଲୋକେ

Advertisment
ହାଲୁଲୁଇଆରେ ବେଆଇନ୍‌ ଧର୍ମାନ୍ତରୀକରଣ ଅଭିଯୋଗ, ଏସ୍‌ପିଙ୍କ ଦ୍ୱାରସ୍ତ ହେଲେ ପ୍ରତିଷ୍ଠାତାଙ୍କ ମା’ ଓ ପରିବାର ଲୋକେ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ସଦର ଥାନା ଦଣ୍ଡେଇପାଲିରେ ହାଲୁଲୁଇଆ ନାମକ ଏକ କେନ୍ଦ୍ର ପ୍ରତିଷ୍ଠା କରାଯାଇ ବେଆଇନ୍‌ ଭାବେ ଧର୍ମାନ୍ତରୀକରଣ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ଏହି କେନ୍ଦ୍ରର ପ୍ରତିଷ୍ଠାତା ସୁବାସ ସାହାଣୀଙ୍କ ମା’ ପ୍ରେମ ମଞ୍ଜରୀ ଓ ଭଉଣୀ ସୁଜାତା ବୁଧବାର ସମ୍ବଲପୁର ଏସ୍‌ପିଙ୍କ ଦ୍ବାରସ୍ଥ ହୋଇ ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି। ଏହି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ପୁଲିସ୍‌ ମଧ୍ୟ ଘଟଣାକୁ ଗୁରୁତର ସହ ଗ୍ରହଣ କରିଛି। ଜଣେ ଡିଏସ୍‌ପିସ୍ତରର ଅଧିକାରୀଙ୍କୁ ଘଟଣାର ତଦନ୍ତ ଦ‌ାୟିତ୍ବ ପ୍ରଦାନ କରାଯାଇଥିବା ଜଣାପଡ଼ିଛି।

ଅଭିଯୋଗ ଅନୁସାରେ, ସୁବାସ ଧର୍ମ ପରିବର୍ତ୍ତନ କରିବା ପରେ ପୈତୃକ ଜମିରେ ହାଲୁଲୁଇଆ କେନ୍ଦ୍ର ପ୍ରତିଷ୍ଠା କରିଥିଲେ। ଏହି କେନ୍ଦ୍ରରେ ସେ ଗରିବ ତଥା ସରଳ ଲୋକଙ୍କୁ ଧର୍ମାନ୍ତରୀକରଣ କରାଯାଉଥିବା ନେଇ ସୁବାସଙ୍କ ମା’ ଅଭିଯୋଗ କରିଛନ୍ତି। ଯାହାକି ପରିବାରର ଧାର୍ମିକ ଭାବନାକୁ ଆଘାତ କରୁଥିବା ସମୟରେ ଗାଁ’ ଲୋକଙ୍କ ପାଖରେ ବାସନ୍ଦ ହୋଇଯାଇଥିବା କହିଛନ୍ତି। ଏହାକୁ ବିରୋଧ କରିବା ପରେ ସୁବାସ ଓ ସ୍ତ୍ରୀ ନିଲମ୍‌ ତାଙ୍କ ମା’ଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଉଥିବା ନେଇ ଅଭିଯୋଗ ହୋଇଛି। ମା’ ପ୍ରେମ ମଞ୍ଜରି ନିରାଶ ହୋଇ ଝିଅ ସୁଜାତା ପାଖରେ ଯାଇ ରହିବାରୁ ତାଙ୍କ ବିରୋଧରେ ମଧ୍ୟ ମିଛ ଅଭିଯୋଗ ଆଣୁଥିବା ସେ କହିଛନ୍ତି। ତେଣୁ ସୁବାସଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବା ସହ ହାଲୁଲୁଇଆ କେନ୍ଦ୍ରକୁ ସିଲ୍‌ କରିବା ପାଇଁ ପ୍ରେମ ମଞ୍ଜରି ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe