ଆଇନ ବିଶ୍ବବିଦ୍ୟାଳୟରେ ଅନିୟମିତତା ଅଭିଯୋଗ

Advertisment
ଜୟନ୍ତୀରେ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଆରମ୍ଭ ଏକ ଐତିହାସିକ ପଦକ୍ଷେପ

Bar and Bench

ଭୁବନେଶ୍ବର : ଜାତୀୟ ଆଇନ ବିଶ୍ବବିଦ୍ୟାଳୟର କୁଳସଚିବ ଓ ପ୍ରଫେସର୍‌ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଭିତ୍ତିଭୂମି କାମ ପାଇଁ ଡକାଯାଇଥିବା ଟେଣ୍ଡର କାଗଜ ଟାମ୍ପରିଂ କରାଯାଇଛି। ଏଥିସହ ୩୨ କୋଟିରୁ ଅଧିକ ଟଙ୍କା ଆତ୍ମସାତ୍‌ ହୋଇଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହେବା ପରେ କଟକସ୍ଥିତ ଏହି ବିଶ୍ବବିଦ୍ୟାଳୟରେ ବଡ଼ଧରଣର ଘୋଟାଲା ହୋଇଥିବା ସାମ୍ନାକୁ ଆସିଛି। ଏନେଇ ଭିଜିଲାନ୍ସ ପକ୍ଷରୁ ବି ଖୋଳତାଡ଼ ଆରମ୍ଭ ‌ହୋଇଛି।

ଗତ ୧୮ ତାରିଖରେ ଭିଜିଲାନ୍ସ ନିର୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ନିଯୁକ୍ତିରେ ଅନିୟମିତତା ଓ ଅର୍ଥ ଆତ୍ମସାତ୍‌ ପରି ଏକାଧିକ ଅଭିଯୋଗ ନେଇ ଉଚ୍ଚଶିକ୍ଷା ବିଭାଗକୁ ଅବଗତ କରାଯାଇଥିଲା। ତେବେ ଭିଜିଲାନ୍ସ ପକ୍ଷରୁ ଆସିଥିବା ଡକ୍ୟୁମେଣ୍ଟ ଫେରାଇ ନେବାକୁ ଉଚ୍ଚଶିକ୍ଷା ବିଭାଗ ଯୁଗ୍ମ ସଚିବ ବୀରେନ୍ଦ୍ର କୋରକୋରା ଆଜି ଭିଜିଲାନ୍ସ ସେଲ୍‌ ଏସ୍‌ପିଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏଥିସହ ଶ୍ରୀ କୋରକୋରା କହିଛନ୍ତି ଯେ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ଆଇନ ୨୦୦୮ର ସେକ୍ସନ ୯ ଅନୁଯାୟୀ ବିଶ୍ବବିଦ୍ୟାଳୟର ଯେକୌଣସି କାର୍ଯ୍ୟର ଯାଞ୍ଚ କୁଳାଧିପତି ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ଭିଜିଟର୍‌ ତଥା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି କରାଇପାରିବେ। ତେଣୁ ଏ ସମ୍ପର୍କରେ ସେମାନଙ୍କୁ ଅବଗତ କରିବାକୁ ସେ ଚିଠିରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe