ଜମି ପଞ୍ଜୀକରଣରେ ଅନିୟମିତତା ଅଭିଯୋଗ: ଧାରଣାରେ ବସିଲେ ଅଭିଯୋଗକାରୀ

ଜମି ପଞ୍ଜୀକରଣରେ ଅନିୟମିତତା ଅଭିଯୋଗ: ଧାରଣାରେ ବସିଲେ ଅଭିଯୋଗକାରୀ

ବୋଲଗଡ଼ : ବୋଲଗଡ଼ ତହସିଲ ଅନ୍ତର୍ଗତ କଳାଙ୍ଗ ଗ୍ରାମର ସ୍ବର୍ଗତ ଅନ୍ତର୍ଯାମୀ ସୁବୁଦ୍ଧିଙ୍କ ପତ୍ନୀ ବିଦ୍ୟୁତ୍‌ଲତା ସୁବୁଦ୍ଧିଙ୍କ ନାମରେ ଥିବା ଜମିକୁ ତାଙ୍କ ପରିବାରର ସମ୍ପର୍କୀୟ ଅଂଶୀଦାର ଲକ୍ଷ୍ମୀଧର ସୁବୁଦ୍ଧି ନିଜ ନାମରେ ପଞ୍ଜୀକରଣ କରାଇ ନେଇଥିବା ସମ୍ପର୍କରେ ବୋଲଗଡ଼ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଅଭିଯୋଗ ହୋଇଛି। ତାଙ୍କ ସ୍ବର୍ଗତ ସ୍ୱାମୀଙ୍କ ଅଂଶ ଜମିକେଉଁ ପରିସ୍ଥିତିରେ ପଞ୍ଜୀକରଣ ହେଲା, ତା’ର ତଦନ୍ତ କରିବା ସହ ଏହି ବେଆଇନ୍‌ କାର୍ଯ୍ୟକୁ ରଦ୍ଦ କରିବା ପାଇଁ ଏକ ଅଭିଯୋଗପତ୍ର ସବ୍‌ରେଜିଷ୍ଟ୍ରାରଙ୍କୁ ଦେଇଛନ୍ତି।

ଏଭଳି ଦାବିନେଇ ବିଦ୍ୟୁତ୍‌ଲତା ଏବଂ ତାଙ୍କ କନ୍ୟା ଅନୁରାଧା ସୁବୁଦ୍ଧି ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଧାରଣରେ ବସିଥିଲେ। ଏ ସମ୍ପର୍କରେ ସବ୍‌ରେଜିଷ୍ଟ୍ରାର ଦାୟିତ୍ୱରେ ଥିବା ବୋଲଗଡ଼ ବିଡିଓ ଧୋବେଇ ନାଏକଙ୍କୁ ପଚାରିବାରୁ ସେ କହିଥିଲେ ଯେ ଅଭିଯୋଗର ତଦନ୍ତ କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe