ନାବାଳିକାଙ୍କୁ ଅପହରଣ ଓ ଯୌନ ନିର୍ଯାତନା ଅଭିଯୋଗ : ୨ ସହଯୋଗୀ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

Advertisment
ଯୁବତୀଙ୍କ ଆତଙ୍କ: ଏମ୍‌ବିଏ ଛାତ୍ରୀଙ୍କୁ ଉଠାଇ ନେଇ ଲୁଟିଲେ

image source-Sabrang India

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଜଣେ ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ ଓ ଯୌନ ନିର୍ଯାତନା ଦିଆଯାଇଛି ବୋଲି ଟାଉନ୍‌ ଥାନାରେ ଅଭିଯୋଗ ହୋଇଥିଲା। ଘଟଣାରେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ୨ ସହଯୋଗୀକୁ ପୁଲିସ୍‌ ଗିରଫ କରିଛି। ସେମାନେ ହେଲେ ରିଷିଗାଁର ସୁଜିତ ମଙ୍ଗରାଜ (୨୧ ବର୍ଷ), ବିଶାଳ ମହାନନ୍ଦ (୨୦ ବର୍ଷ)। ୨ଜଣଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଭବାନୀପାଟଣା ସହରର ଜଣେ ଦଳିତ ନାବାଳିକାଙ୍କୁ ଆମପାଣିର ଯୁବକ ଶାଶ୍ୱତ ମିଶ୍ର ଗତ ଜାନୁଆରି ୪ ତାରିଖରେ ବିବାହର ପ୍ରଲୋଭନ ଦେଖାଇ ଅପହରଣ କରିଥିଲେ। ବାଇକ୍‌ରେ ଆମପାଣି ନେଇ ଡିସେମ୍ବର ୫ ତାରିଖରେ ଆମପାଣିରେ ହିଁ ନାବାଳିକାଙ୍କୁ ଛାଡ଼ିଦେଇ ଫେରାର ହୋଇଥିଲେ। ପରିବାର ପକ୍ଷରୁ ରବିବାର ଭବାନୀପାଟଣା ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ହୋଇଥିଲା। ଏହି ସମୟରେ ମୁଖ୍ୟ ଅଭିଯୁକ୍ତ ଶାଶ୍ୱତ ମିଶ୍ର ଫେରାର ଥିବା ଜଣାପଡ଼ିଥିଲା। ଏହି ଘଟଣାରେ ପୁଲିସ୍‌ ଅଧିକ ଛାନଭିନ୍‌ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe