Allegations of misbehavior against tribal woman Photograph: (sambad.in)
ରାଇରଙ୍ଗପୁର: ଆଦିବାସୀ ମହିଳାଙ୍କୁ ନେଇ ରାଇରଙ୍ଗପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ୩ ଦୁର୍ବୃତ୍ତ ଆଦିବାସୀ ମହିଳାଙ୍କୁ ଅସଦାଚରଣ କରିଛନ୍ତି। ସେନେଇ ୩ ଗ୍ରାମର ବହୁ ଲୋକେ ଥାନା ପହଞ୍ଚି ଅଭିଯୋଗ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଆଦର୍ଶ ଟାଉନ୍ ଥାନା ଅନ୍ତର୍ଗତ ଭାଲୁବସା ଅଞ୍ଚଳରେ ଏହି ଘଟଣା ଘଟିଛି।
ବାଇପାସ୍ ରାସ୍ତାରେ ଅସଦାଚରଣ
ଅଭିଯୋଗ ଅନୁଯାୟୀ ଭାଲୁବସା ଗ୍ରାମରେ ରାସ୍ତା କାର୍ଯ୍ୟ ଚାଲିଥିବାରୁ ଏକ ବାଇପାସ୍ ରାସ୍ତା ନିର୍ମାଣ କରାଯାଇଛି । ଏହି ରାସ୍ତା ଦେଇ ନେଉତି ଗ୍ରାମର ଜୈନେକ ୨୧ ବର୍ଷ ବୟସ୍କା ମହିଳା ଘରକୁ ଫେରୁଥିବା ସମୟରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ୩ ଜଣ ଦୁର୍ବୃତ୍ତ ଏଭଳି ଘଟଣା ଘଟାଇଛନ୍ତି ବୋଲି ଅଭିଯୋଗ ହୋଇଛି।
ଆହୁରି ପଢ଼ନ୍ତୁ:Man In Police Uniform: ପୁଲିସ ପୋଷାକରେ ଯୁବକ , ଗିରଫ କଲା ଅସଲି ପୁଲିସ
ଏନେଇ ନେଉତି, ବୁଡ଼ାମୋରା,ଭାଲୁବସାର ୩ ଗ୍ରାମର ଗ୍ରାମବାସୀ ପୁଲିସ ସୁରକ୍ଷା ପାଇଁ ଦାବି କରିଛନ୍ତି । ଦାବି ଉପସ୍ଥାପନ ସମୟରେ ଥାନାରେ ବିଜେପି ରାଜ୍ୟ ସମ୍ପାଦକ ଇଂ ରାମଚନ୍ଦ୍ର ହାଁସଦା ଥାନାକୁ ପହଁଞ୍ଚି ଘଟଣାର ତଦନ୍ତ କରି ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି। ଏନେଇ ଟାଉନ୍ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।
ଆହୁରି ପଢ଼ନ୍ତୁ:Gulua-Varsha Conflict: ପିଇସା ଫେରାଇଲେନି ପଇସା, ସଂଗୀନ ଅଭିଯୋଗ ଆଣିଲେ ବର୍ଷା
Follow Us