ଛାତ୍ରୀ ଓ ସହକର୍ମୀଙ୍କୁ ଅସଦାଚରଣ ଅଭିଯୋଗ: ଭିସୁଟ୍‌ର ଦୁଇ ପ୍ରଫେସର ନିଲମ୍ବିତ

ଶିକ୍ଷାନୁଷ୍ଠାନରେ ଅସଦାଚରଣ ମାମଲାରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍‌) କର୍ତ୍ତୃପକ୍ଷ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବୋର୍ଡ ଅଫ୍‌ ମ୍ୟାନେଜମେଣ୍ଟର ନିଷ୍ପତ୍ତିକ୍ରମେ ଭିସୁଟ୍‌ର ଦୁଇଜଣ ପ୍ରଫେସରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।

ssffsf

Photograph: ( Times of India)

ସମ୍ବଲପୁର: ଶିକ୍ଷାନୁଷ୍ଠାନରେ ଅସଦାଚରଣ ମାମଲାରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍‌) କର୍ତ୍ତୃପକ୍ଷ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବୋର୍ଡ ଅଫ୍‌ ମ୍ୟାନେଜମେଣ୍ଟର ନିଷ୍ପତ୍ତିକ୍ରମେ ଭିସୁଟ୍‌ର ଦୁଇଜଣ ପ୍ରଫେସରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ ପ୍ରଡକ୍ସନ ଇଂଜିନିୟରିଂ ବିଭାଗର ପ୍ରଫେସର ଦେବବ୍ରତ ଧୁପାଲ ଏବଂ ଗଣିତ ବିଭାଗର ଆସୋସିଏଟ୍ ପ୍ରଫେସର ଡ. ମହେନ୍ଦ୍ର କୁମାର ଜେନା। ସୂଚନା ଅନୁସାରେ, ଗତ ମେ’ ମାସରେ ଗଣିତ ବିଭାଗର ପିଏଚ୍‌ଡି ଛାତ୍ରୀ ତାଙ୍କ ଗାଇଡ୍‌ ତଥା ଗଣିତ ବିଭାଗର ଆସୋସିଏଟ୍‌ ପ୍ରଫେସର ଡ. ମହେନ୍ଦ୍ର କୁମାର ଜେନାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ଭିସୁଟ୍‌ କର୍ତ୍ତୃପକ୍ଷ କିଛିଦିନ ନିରବତା ଅବଲମ୍ବନ କରିଥିବାବେଳେ ଅସଦାଚରଣ ଅଭିଯୋଗର ପ୍ରାୟ ଦୁଇମାସ ପରେ ଗତ ଜୁଲାଇ ମାସରେ ଡ. ଜେନାଙ୍କୁ ତାଙ୍କ ପକ୍ଷ ରଖିବା ପାଇଁ ଚିଠି କରିଥିଲେ।  କିନ୍ତୁ ଡ. ଜେନା ସେହି ସମୟରେ ଅସୁସ୍ଥତା ଯୋଗୁ ବୁର୍ଲାସ୍ଥିତ ଏକ ନର୍ସିଂହୋମ୍‌ରେ ଭର୍ତ୍ତି ହୋଇଥିଲେ।

ଅପରପକ୍ଷରେ ପ୍ରଡକ୍ସନ ଇଂଜିନିୟରିଂ ବିଭାଗର ପ୍ରଫେସର ଦେବବ୍ରତ ଧୁପାଲ ତାଙ୍କର ଜଣେ ଅସ୍ଥାୟୀ ମହିଳା ସହକର୍ମୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ବହୁ ଆଗରୁ ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମଦାହ ଘଟଣାପରେ ଭିସୁଟ୍‌ର ଅନ୍ତରୀଣ ଅଭିଯୋଗ କମିଟି ଅଧିକ ସକ୍ରିୟତା ଦେଖାଇ ତନାଘନା ଆରମ୍ଭ କରିଥିଲା। ତଦନ୍ତ ରି‌ପୋର୍ଟ ଉଭୟଙ୍କ ବିରୋଧରେ ଆସିଥିଲା। ବୋର୍ଡ ଅଫ୍‌ ମ୍ୟାନେଜମେଣ୍ଟ ବୈଠକରେ ଉଭୟଙ୍କ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ବୈଠକରେ ପ୍ରଫେସର ଧୁପାଲ ଏବଂ ଡ. ଜେନାଙ୍କୁ ଚାକିରିରୁ ନିଲମ୍ବନ କରିବାକୁ ସ୍ଥିର ହୋଇଥିଲା। ଏହା ପରେ ଭିସୁଟ୍‌ କର୍ତ୍ତୃପକ୍ଷ ଉଭୟଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି। ତେବେ, ତଦନ୍ତ ଆରମ୍ଭ ହେବା ପୂର୍ବରୁ ଦାୟିତ୍ବରେ ଥିବା ଭିସୁଟ୍‌ର ଗୁରୁତ୍ବପୂର୍ଣ୍ଣ ପଦପଦବି ଓ ଗାଇଡ୍‌ରୁ ମଧ୍ୟ ଉଭୟଙ୍କୁ ବାଦ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe