ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ପୁରୀ ଜିଲ୍ଲାପାଳ

Advertisment
ଗଣଦୁଷ୍କର୍ମ ପୀଡ଼ିତା ୭ ମାସର ଗର୍ଭବତୀ, ମଦ ପିଆଇ ୪ ଅଭିଯୁକ୍ତ କରିଥିଲେ ଦୁର୍ଷ୍କମ

The Hush Post

ପୁରୀ : ପୁରୀ ବ୍ଲୁ ଫ୍ଲାଗ୍‌ ବିଚ୍‌ ପରିଚାଳନା ଦାୟିତ୍ବରେ ଥିବା ‘ବିଭିଜି ଇଣ୍ଡିଆ ଲିମିଟେଡ୍‌’ର ମ୍ୟାନେଜର୍‌ ଓ ସୁପଭାଇଜର୍‌ଙ୍କ ନାମରେ ଏହି ସଂସ୍ଥାରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିକଟରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଅଭିଯୋଗକାରିଣୀଙ୍କ ମଧ୍ୟରୁ ଜଣେ ନଡ଼ିଆ ବାଡ଼େଇ ଏହି ବିଚ୍‌କୁ ଉଦ୍‌ଘାଟନ କରିବା ସୁଯୋଗ ମଧ୍ୟ ପାଇଥିଲେ। ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ସମୁଦ୍ରକୂଳ ଉନ୍ନତୀକରଣ ଓ ପରିଚାଳନା ପାଇଁ ଗଠିତ ବିଚ୍‌ ମ୍ୟାନେଜ୍‌ମେଣ୍ଟ କମିଟିର ସଦସ୍ୟ ଆବାହକ ତଥା ଡିଏଫଓଙ୍କୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

କରୋନା କଟକଣା କାଳରେ ବ୍ଲୁ ଫ୍ଲାଗ୍‌ ବିଚ୍‌ ବନ୍ଦ ରହିବା ଯୋଗୁ ଏଠାରେ କାର୍ଯ୍ୟରତ ତିନି ଜଣ ମହିଳା କର୍ମଚାରୀ ଓ ୧୫ ଜଣ ପୁରୁଷ କର୍ମଚାରୀଙ୍କୁ ସଂସ୍ଥା ଛଟେଇ କରିଛି। ଛଟେଇ ପରେ ଏଭଳି ସଙ୍ଗିନ ଅଭିଯୋଗ ଆସିଛି। ମହିଳାଙ୍କ ଅଭିଯୋଗ ହେଲା, ସଂସ୍ଥାର ମ୍ୟାନେଜର୍‌ ଓ ସୁପରଭାଇଜର୍‌ ସର୍କିଟ ହାଉସରେ ରୁହନ୍ତି। ସେମାନେ ମହିଳା କର୍ମଚାରୀଙ୍କୁ ରୁମ୍‌କୁ ଡାକି ନିଜର ବ୍ୟକ୍ତିଗତ କାମ କରିବାକୁ ବାଧ୍ୟ କରନ୍ତି। ତାଙ୍କ ସହ ରାତି ବିତାଇବାକୁ ମଧ୍ୟ ବାଧ୍ୟ କରନ୍ତି। ଚାକିରରେ ରହିବାକୁ ହେଲେ ଏସବୁ କରିବାକୁ ପଡ଼େ ବୋଲି କହିବା ସହ ଏଭଳି ନ କଲେ ଚାକିରି ଯିବ ବୋଲି ଧମକ ଦିଅନ୍ତି।

ଏ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି, ଏଠାରେ କାମ କରୁଥିବା କେତେକ ମହିଳାଙ୍କ ଏଭଳି ଅଭିଯୋଗ ମୋର ହସ୍ତଗତ ହୋଇଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କୌଣସି ପରିସ୍ଥିତିରେ ଏହା କ୍ଷମଣୀୟ ନୁହେଁ। ଡିଏଫ୍‌ଓ ରିପୋର୍ଟ ଦେବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପଟେ ବିଭିଜି ଇଣ୍ଡିଆ ଲିମିଟେଡ୍‌ର ପରିଚାଳନା ପାଇଁ ଚୁକ୍ତି ଅବଧି ଚଳିତ ମାସରେ ଶେଷ ହେଉଥିବାରୁ ଏ ଭଳି ସଙ୍ଗିନ ଅଭିଯୋଗ ପଛରେ ଷଡ଼ଯନ୍ତ୍ର ଥାଇପାରେ ବୋଲି ସମ୍ପୃକ୍ତ ସଂସ୍ଥା ସନ୍ଦେହ କରୁଛି। ଏହା ଦ୍ବାରା ସଂସ୍ଥାର ବିଚ୍‌ ପରିଚାଳନା ଦାୟିତ୍ବ ନବୀକରଣ ଉପରେ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe