ଆଦିବାସୀଙ୍କ ଜମି ଜବରଦଖଲ ଅଭିଯୋଗ

ଆଦିବାସୀଙ୍କ ଜମି ଜବରଦଖଲ ଅଭିଯୋଗ

The Wire

ବାମରା: ବାମରା ବ୍ଲକ ବାଉଁଶଲଗା ପଞ୍ଚାୟତ ତାଲଡିହି ଗ୍ରାମର କେତେକ ଆଦିବାସୀଙ୍କ ସମେତ ଅନ୍ୟମାନଙ୍କ ଜମିକୁ ବାମରା(ଷ୍ଟେସନବସ୍ତି) ଅଞ୍ଚଳର ଅବଦୁଲ ମୋବିନ ନାମକ ଜଣେ ବ୍ୟକ୍ତି ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ତା’ ଦ୍ୱାରା ପାଚେରୀ ନିର୍ମାଣ ଚାଲିଥିବା ବେଳେ, ବୁଧବାର ଗ୍ରାମବାସୀମାନେ ଘଟଣାସ୍ଥଳକୁ ଯାଇ କାମ ବନ୍ଦ କରିଛନ୍ତି। ସୂଚନା ଅନୁସାରେ, ବାମରା ବ୍ଲକ ଗୁର୍ଲା ମୌଜା ଅନ୍ତର୍ଗତ ତାଲଡିହି ଗ୍ରାମର ସ୍ବର୍ଗତ ଧନଞ୍ଜୟ ମେହେର ୨.୨୦ ଏକର ଜମିକୁ ୬୦/୭୦ ବର୍ଷ ଆଗରୁ ଗୋବିନ୍ଦପୁର ନିବାସୀ ସ୍ବର୍ଗତ ଗଙ୍ଗାଧର ପଣ୍ଡାଙ୍କୁ ବିକ୍ରି କରିଥିଲେ। ଗୁର୍ଲା ମୌଜା ତାଲଡିହି ଗ୍ରାମର ଖାତା ନମ୍ବର ୨୦୭/୩୦୬ ଅନ୍ତର୍ଗତ ପ୍ଲଟ୍ ନମ୍ବର ୧୭ରେ ଥିବା ଉକ୍ତ ଜମିକୁ କିଛି ବର୍ଷ ତଳେ ସ୍ବର୍ଗତ ପଣ୍ଡାଙ୍କ ପରିବାର ବାମରା ଷ୍ଟେସନବସ୍ତି ନିବାସୀ ଅବଦୁଲ ମୋବିନର ସ୍ତ୍ରୀ ସାଜଦା ଖାତୁନକୁ ବିକ୍ରି କରି ଦେଇଥିଲେ, ଯାହା ଧନଞ୍ଜୟ ମେହେରଙ୍କ ପଟ୍ଟାରୁ କଟିଥିବା ପରିଲକ୍ଷିତ ହୋଇଛି।

ମାତ୍ର ଜମି କିଣିଥିବା ଅବଦୁଲ ମୋବିନ ୨.୨୦ ଏକର ଜମି ପରିବର୍ତ୍ତେ ସ୍ଥାନୀୟ ଆଦିବାସୀ ଏତୁଆ ମୁଣ୍ଡା, ମୁଣ୍ଡରା ମୁଣ୍ଡା, ସିଙ୍ଗେର ମୁଣ୍ଡା, ପକ୍କା ମୁଣ୍ଡା, ତୁଙ୍ଗୁଡୁ ମୁଣ୍ଡା, ସୁକ୍ରୁ ମୁଣ୍ଡା, ଗୁଞ୍ଜା ମୁଣ୍ଡା ଓ ବୁଧରାମ ମୁଣ୍ଡା, ତ୍ରିବିକ୍ରମ ମେହେରଓ ସରୋଜ ବନଛୋରଙ୍କ ପ୍ରାୟ ଆଉ ୨ ଏକର ଜମିକୁ ନିଜ ଜମି କହି ଜବରଦସ୍ତ ଘେରାବନ୍ଦୀ କରିବା ଆରମ୍ଭ କରି ଦେଇଥିଲା। ଖାଲି ସେତିକି ନୁହେଁ, ଉକ୍ତ ଜମିକୁ ଲାଗି ରହିଥିବା କିଛି ସରକାରୀ ଜମିକୁ ମଧ୍ୟ ଅବଦୁଲ ମୋବିନ ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପୀଡ଼ିତ ପରିବାରଙ୍କ ଦ୍ଵାରା ଗତ ପ୍ରାୟ ୪ ମାସ ଆଗରୁ ବାମରା ତହସିଲ କାର୍ଯ୍ୟାଳୟ ତଥା ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ତେବେ କାର୍ଯ୍ୟାନୁଷ୍ଠାନ ନ ହେବାର ସୁଯୋଗ ନେଇ ଅବଦୁଲ ମୋବିନ ଦ୍ରୁତ ଗତିରେ ପାଚେରୀ ନିର୍ମାଣ କରୁଥିଲା। ଏହାକୁ ନେଇ ପୀଡ଼ିତ ପରିବାରଗୁଡ଼ିକର ପ୍ରାୟ ୩୦/୪୦ ଜଣ ମହିଳା ପୁରୁଷ ପହଞ୍ଚି ପାଚେରୀ ନିର୍ମାଣକୁ ବନ୍ଦ କରାଇଥିଲେ। ଅବଦୁଲ ମୋବିନକୁ ପଚାରିବାରୁ କହିଛି, ‘ମୋ ଜମିକୁ ଲାଗି ସରକାରୀ ଜମି ଥିବାରୁ ମୁଁ ତା’କୁ ଜବରଦଖଲ କରି ମୋ ହିସାବରେ ପାଚେରୀ ଦେଇଛି।’ ବାମରା ତହସିଲଦାରଙ୍କ ବଦଳି ହୋଇଯାଇ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe