ପୁଲିସ୍‌କୁ ଦୁର୍ବ୍ୟବହାର ଅଭିଯୋଗ, ଜଣେ ଗିରଫ

ପୁଲିସ୍‌କୁ ଦୁର୍ବ୍ୟବହାର ଅଭିଯୋଗ, ଜଣେ ଗିରଫ

Helpmecovid

ବ୍ରଜରାଜନଗର: ପୁଲିସଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଗାନ୍ଧି ଛକ ଫାଣ୍ଡି ପୁଲିସ ଗଣ୍ଡଘୋରାର ସଞ୍ଜୟ ମାଝି (୨୫)କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ପ୍ରାପ୍ତ ସୂଚନାନୁସାରେ ଶନିବାର ସନ୍ଧ୍ୟାରେ ୩ ଜଣ ଯୁବକ ଗାନ୍ଧୀ ଛକ ରାଧିକା ଭେରାଇଟି ଦୋକାନରେ ପଶି ଜିନିଷପତ୍ର ଫୋପାଡ଼ିବା ସହ ଦୋକାନୀଙ୍କୁ ଧମକ ଚମକ ଦେଇଥିଲେ।

ଏ ନେଇ ମାଲିକ ଗାନ୍ଧୀ ଛକ ଫାଣ୍ଡିକୁ ସୂଚନା ଦେବା ପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ସଂପୃକ୍ତ ଯୁବକମାନଙ୍କୁ ଫାଣ୍ଡିକୁ ଆଣିଥିଲା। ତେବେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଯୁବକ ଭୁଲ୍‌ ପାଇଁ ପୁଲିସ୍ ଆଗରେ ଦୋକାନୀଙ୍କୁ କ୍ଷମା ମାଗିଥିବା ବେଳେ ନିଶାସକ୍ତ ଅବସ୍ଥାରେ ଥିବା ଅନ୍ୟତମ ଅଭିଯୁକ୍ତ ସଞ୍ଜୟ ଫାଣ୍ଡିରେ ପୁଲିସ୍‌କୁ ଦୁର୍ବ୍ୟବ୍ୟବହାର ପ୍ରଦର୍ଶନ କରିଥିଲା। ତେଣୁ ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଫାଣ୍ଡି ଅଧିକାରୀ ଶଶି ଭୂଷଣ ପୋଢ଼ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe