ସମ୍ପର୍କୀୟ ଶାଳୀଙ୍କୁ ଅପହରଣ ଅଭିଯୋଗ

Advertisment

ଭିଣୋଇ ସହ ସହଯୋଗୀ ଡ୍ରାଇଭର କୋର୍ଟଚାଲାଣ

ଭିଣୋଇ ସହ ସହଯୋଗୀ ଡ୍ରାଇଭର କୋର୍ଟଚାଲାଣ

ସମ୍ପର୍କୀୟ ଶାଳୀଙ୍କୁ ଅପହରଣ ଅଭିଯୋଗ

The Economic Times

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅଞ୍ଚଳରେ ଏକତରଫା ପ୍ରେମ କରି ସଂପର୍କୀୟ ଶାଳୀଙ୍କୁ ଅପହରଣ କରୁଥିବା ଅଭିଯୋଗରେ ଭିଣୋଇ ଓ ସହଯୋଗୀ ଗାଡ଼ି ଚାଳକଙ୍କୁ ପୁଲିସ୍ ଗିରଫ କରି କୋର୍ଟଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଶୁକ୍ରବାର ଅଞ୍ଚଳର ଏକ କଲେଜ୍‌ରେ ପଢ଼ୁଥିବା ଛାତ୍ରୀ ଜଣକ ପାଠପଢ଼ା ସାରି ଘରକୁ ଫେରୁଥିଲେ।

ତୁକୁଲା ଗ୍ରାମ ପୋଖରୀରୁ ଛାତ୍ରୀଙ୍କୁ ସମ୍ପର୍କୀୟ ଭିଣୋଇ ଖଡ଼ିଆଳ ଥାନା ଅନ୍ତର୍ଗତ ମାଣ୍ଡୋସିଲ ଗାଁର ଶିଶୁପାଳ ଜୁଏଡ଼ ଓ ଏକ ଗାଡ଼ି ଡ୍ରାଇଭର ବସନ୍ତ ମେହେର (୩୩) ଗାଡ଼ି (ଓଡ଼ି ୨୬ଇ-୭୯୧୬) ଯୋଗେ ବଲାଙ୍ଗୀର ଜିଲ୍ଲା ଚାନ୍ଦୋତରା ଗ୍ରାମ ପଟକୁ ନେଉଥିଲେ। ଯୁବତୀ ଜଣକ ପାଟି କରିବାରୁ ଗ୍ରାମବାସୀ ଆସି ଗାଡ଼ି ସହ ତିନି ଜଣଙ୍କୁ ଅଟକ ରଖିଥିଲେ। ସିନ୍ଧେକେଲା ପୁଲିସ୍‌ ଗ୍ରାମବାସୀଙ୍କ ଠାରୁ ସେମାନଙ୍କୁ ଉଦ୍ଧାର କରି ଖଡ଼ିଆଳ ପୁଲିସ୍‌କୁ ହସ୍ତାନ୍ତର କରିଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ସମ୍ପର୍କୀୟ ଭିଣୋଇ ଓ ଗାଡ଼ି ଡ୍ରାଇଭରଙ୍କ ବିରୋଧରେ ଏକ ମାମଲା ରୁଜୁକରି ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe