ମହିଳାଙ୍କୁ ​ଯୌତୁକ ନିର୍ଯାତନା ଅଭିଯୋଗ

ମହିଳାଙ୍କୁ ​ଯୌତୁକ ନିର୍ଯାତନା ଅଭିଯୋଗ

Ahmedabad Mirror

ବ୍ରଜରାଜନଗର: ବରଗଡ଼ ଜିଲ୍ଲା ଅନ୍ତର୍ଗତ ବାର୍ଟରେମାରେ ବିବାହ କରିଥିବା ବ୍ରଜରାଜନଗର ଅଞ୍ଚଳର ଦୀପାଞ୍ଜଳି ବାଗଙ୍କୁ ସ୍ୱାମୀ ମିତ୍ରଭାନୁ ବାଗ ଯୌତୁକ ଦାବିରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଘରୁ ବାହାର କରି ଦେଇଥିବା ବ୍ରଜରାଜନଗର ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ଅନୁସନ୍ଧାନ କରୁଛି। ୫ ବର୍ଷ ପୂର୍ବେ ଦୀପାଞ୍ଜଳି ମିତ୍ରଭାନୁଙ୍କୁ ବିବାହ କରିଥିଲେ। ତେବେ ବିବାହ ପରେ ଯୌତୁକ ଦାବିରେ ମିତ୍ରଭାନୁଙ୍କ ପରିବାର ଲୋକେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ।

ଗତ ବର୍ଷ ସେପ୍ଟେମ୍ବର ୨୨ ତାରିଖ ସେମାନେ ତାଙ୍କୁ ମାରିଦେବାକୁ ଯୋଜନା କରୁଥିବା ଜାଣିପାରି ସେ କୌଶଳରେ ନିଜ ମାମୁଁଘରକୁ ଚାଲି ଯାଇଥିଲେ। ଏ ନେଇ ମେଳଛାମୁଣ୍ଡା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଶେଷରେ ଉଭୟ ପକ୍ଷ ଭିତରେ ବୁଝାମଣା ହେବାରୁ ଦୀପାଞ୍ଜଳି ଶାଶୂଘରକୁ ଫେରିଥିଲେ। କିନ୍ତୁ ପୁନର୍ବାର ଝଗଡ଼ା କରି ଦୀପାଞ୍ଜଳିଙ୍କୁ ଘରୁ ବାହାର କରି ଦେବାରୁ ସେ ବ୍ରଜରାଜନଗର ଚାଲି ଆସିଥିବା ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe