ରାଉରକେଲା: ରାଉରକେଲା ବିମାନସେବା ପରିଚାଳନା ଦାୟିତ୍ବରେ ଆଲିଆନ୍ସ ଏୟାର୍ ଥିବାପର୍ଯ୍ୟନ୍ତ, ଯାତ୍ରୀ ଦୁର୍ଦ୍ଦଶା ଭୋଗିବେ। ଆଲିଆନ୍ସ ଏୟାର୍ର କ୍ରମାଗତ ଅବହେଳାକୁ ଦେଖିଲେ ଏହା ସ୍ପଷ୍ଟ ଜଣାପଡ଼େ।
କେତେବେଳେ ମାସାଧିକ କାଳ ରାଉରକେଲା-କୋଲକାତା ବିମାନସେବା ବନ୍ଦ ରହୁଥିବାବେଳେ ପୁଣି ଯାନ୍ତ୍ରିକ ତ୍ରୁଟି ବିଚ୍ୟୁତି ଦର୍ଶାଇ ସପ୍ତାହବ୍ୟାପୀ ସେବାକୁ ବନ୍ଦ କରାଯାଉଛି। ଏମିତିକି ବିନା କାରଣରେ ଶତାଧିକବାର ଅଘୋଷିତ ବାତିଲ କରାଗଲାଣି।
ଏବେ ପୁନର୍ବାର ଆଲିଆନ୍ସ ଏୟାର୍ର ମନମୁଖୀ କାର୍ଯ୍ୟ ଦେଖିବାକୁ ମିଳିଛି। ଏଥର ପ୍ରତ୍ୟେକ ଶନିବାର ବିମାନସେବା ବନ୍ଦ ରହିବ। ଆସନ୍ତା ମେ’ ୧୭ ତାରିଖଯାଏ ଏହା ବଳବତ୍ତର ରହିବ।
ଶନିବାର ଦିନ ବିମାନ କୋଲକାତାରୁ ବାହାରି ଭୁବନେଶ୍ବର-ରାଉରକେଲା-ଭୁବନେଶ୍ବର-ଝାରସୁଗୁଡ଼ା-ଭୁବନେଶ୍ବର-କୋଲକାତା ଦେଇ ଚଳାଚଳ କରୁଥିଲା। ଉକ୍ତ ଦିନ ବିମାନ ଭୁବନେଶ୍ବରରୁ ବାହାରି ସନ୍ଧ୍ୟା ୫.୨୦ରେ ରାଉରକେଲାରେ ପହଞ୍ଚୁଥିଲା।
ଏଠାରେ କୋଡ଼ିଏ ମିନିଟ୍ର ରହଣିପରେ ୫.୪୦ରେ ଭୁବନେଶ୍ବର ଅଭିମୁଖେ ବାହାରୁଥିଲା। ପୂର୍ବରୁ ବୁଧବାର ଦିନ ରାଉରକେଲାକୁ ବିମାନ ଉଡ଼ୁନଥିଲା। ଅର୍ଥାତ୍, ଏଣୁଏଣିକି ସପ୍ତାହକୁ କେବଳ ୫ ଦିନ ହିଁ ସହରବାସୀ ରାଉରକେଲାବାସୀ ବିମାନସେବା ପାଇପାରିବେ।
ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସପ୍ତାହକୁ ଦୁଇଦିନ ରାଉରକେଲା-କୋଲକାତା ଓ ୫ ଦିନ ରାଉରକେଲା-ଭୁବନେଶ୍ବର ବିମାନ ଚଳାଚଳ କରିବ। ପ୍ରତ୍ୟେକ ସୋମବାର, ଶୁକ୍ରବାର ଓ ରବିବାର ବିମାନ କୋଲକାତାରୁ ବାହାରି ଭୁବନେଶ୍ବର-ରାଉରକେଲା-ଭୁବନେଶ୍ବର-ଝାରସୁଗୁଡ଼ା-ଭୁବନେଶ୍ବର ଦେଇ କୋଲକାତାକୁ ଯାଉଛି। ଏହି ଦିନଗୁଡ଼ିକରେ ବିମାନ ରାଉରକେଲାରେ ମଧ୍ୟାହ୍ନ ୨.୨୦ରେ ପହଞ୍ଚୁଥିବାବେଳେ ୨.୪୫ ମିନିଟରେ ଭୁବନେଶ୍ବରକୁ ଫେରୁଛି।
ଅଧିକ ପଢ଼ନ୍ତୁ: ଜଳୁଛି ସାରା ଓଡିଶା,ଆହୁରି ୩ ଦିନ କଲବଲ କରିବ ତାତି
ସେହିଭଳି ମଙ୍ଗଳବାର ଓ ଗୁରୁବାର ଦିନ ବିମାନ କୋଲକାତାରୁ ବାହାରି ରାଉରକେଲା-ଭୁବନେଶ୍ବର-ରାଉରକେଲା ଦେଇ କୋଲକାତାକୁ ଯାଉଛି। ଏହି ଦିନଗୁଡ଼ିକରେ ବିମାନ କୋଲକାତାରୁ ବାହାରି ଦିନ ୧ଟାରେ ଏଠାରେ ପହଞ୍ଚୁଥିବାବେଳେ ୧.୩୦ରେ ଭୁବନେଶ୍ବରକୁ ଯାଉଛି। ସେହିଭଳି ବିମାନ ଭୁବନେଶ୍ବରରୁ ବାହାରି ରାଉରକେଲାରେ ଅପରାହ୍ନ ୩.୪୫ରେ ପହଞ୍ଚୁଥିବାବେଳେ ଏଠାରୁ ୪.୧୦ରେ କୋଲକାତା ଅଭିମୁଖେ ବାହାରୁଛି।
ଅଧିକ ପଢ଼ନ୍ତୁ: ପ୍ରଥମ ପର୍ଯ୍ୟାୟରେ ୨୦ ନୂଆ ଏନଏସି ଗଠନ ହେବ
sundargarh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/04/24/qZ2DSAiIT0YZUmj3E8dl.jpg)