ଝାରସୁଗୁଡ଼ା: ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର (ଭିଏସ୍ଏସ୍ଏ)ରୁ ଆଗାମୀ ଜୁନ୍ ୫ରେ ଭୁବନେଶ୍ୱର ଓ ଛତିଶଗଡ଼ର ରାଜଧାନୀ ରାୟପୁର ବିମାନ ଉଡିବ। ଏୟାର ଇଣ୍ଡିଆର ‘ଆଲାଏନସ୍ ଏୟାର’ ବିମାନଯାତ୍ରୀଙ୍କୁ ଏହି ସେବା ଯୋଗାଇବ ବୋଲି ଜଣାପଡ଼ିଛି।
କେନ୍ଦ୍ର ସରକାରଙ୍କ ଉଡେ ଦେଶ କା ଆମ୍ ନାଗରିକ (ଉଡାଣ) ଯୋଜନାରେ ଏହି ବିମାନ ପରିଚାଳିତ ହେବ। କେନ୍ଦ୍ର ବେସାମରିକ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ଟୁଇଟ୍ରୁ ଜଣାପଡ଼ିଛି ଯେ, ‘ଆଲାଏନସ୍ ଏୟାର’ ସେବା ଝାରସୁଗୁଡ଼ା ବିମାନ ବନ୍ଦର ଠାରୁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଏବଂ ରାୟପୁରସ୍ଥିତ ବିବେକାନନ୍ଦ ବିମାନ ବନ୍ଦରକୁ ଜୁନ ୫ରୁ ପରିଚାଳନା କରାଯିବ।
/sambad/media/post_attachments/wp-content/uploads/2019/05/efa13e0b-01de-4b2b-a4ea-43f82b8b1c5e.jpg)
‘ଆଲାଏନସ୍ ଏୟାର’ ଭୁବନେଶ୍ୱର ବିମାନ ବନ୍ଦରରୁ ସକାଳ ୯ଟା ୫ରେ ବାହାରି ଝାରସୁଗୁଡ଼ା ବିମାନ ବନ୍ଦରରେ ୧୦ଟା ୧୦ରେ ପହଂଚିବ। ସେହିଭଳି ଝାରସୁଗୁଡ଼ା ବିମାନ ବନ୍ଦରରୁ ୧୦ଟା ୩୫ରେ ଭୁବନେଶ୍ୱର ଅଭିମୁଖେ ବାହାରି ବିଜୁ ପଟ୍ଟାନୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପୂର୍ବାହ୍ଣ ୧୧ଟା ୪୦ରେ ପହଂଚିବ।
Follow Us