ଝାରସୁଗୁଡ଼ା: ମଙ୍ଗଳବାର ପୂର୍ବାହ୍ନରେ ଆଲାଏନ୍ସ୍ ଏୟାର୍ ପକ୍ଷରୁ ଟି. କେ. ସହାୟଙ୍କ ନେତୃତ୍ୱରେ ଏକ ୪ଜଣିଆ ପ୍ରତିନିଧି ଦଳ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ଭିତ୍ତିଭୂମି ଓ ସୁରକ୍ଷା ବ୍ୟବସ୍ଥା ଓ ଯାତ୍ରୀଙ୍କ ନିମନ୍ତେ ଥିବା ସୁବିଧା ସଂକ୍ରାନ୍ତରେ ଅନୁଧ୍ୟାନ କରି ଛନ୍ତି।
ବିମାନ ବନ୍ଦର ନିର୍ଦେଶକ ଅନୁପସ୍ଥିତ ଥିବାରୁ ସହକାରୀ ଅଧିକାରୀମାନେ ପ୍ରତିନିଧି ଦଳଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ବିମାନ ବନ୍ଦରର ସମସ୍ତ ବ୍ୟବସ୍ଥା ବିଷୟରେ ଅବଗତ କରାଇ ଛନ୍ତି।
ବିମାନ ସେବା ନିମନ୍ତେ ଆସନ୍ତା ୧୦ ଦିନ ମଧ୍ୟରେ ଯାହାକିଛି ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ବିମାନ ବନ୍ଦର ପରିଦର୍ଶନ କରି ସାରିବା ପରେ ପ୍ରତିନିଧି ଦଳରେ ଅନ୍ତର୍ଭୁକ୍ତ ପଦାଧିକାରୀମାନେ କହି ଛନ୍ତି।
ଝାରସୁଗୁଡ଼ା ରୁ କୋଲ୍କାତା, ଭୁବନେଶ୍ୱର ଓ ରାୟପୁର ମଧ୍ୟରେ ବିମାନ ଚଳାଚଳ ସେବା ଯୋଗାଇ ଦେବା ନିମନ୍ତେ ଆଲାଏନ୍ସ୍ ଏୟାର୍ କେନ୍ଦ୍ର ବିମାନ ମନ୍ତ୍ରାଳୟ ଠାରୁ ଅନୁମତି ପାଇ ସାରିଛି।
Follow Us