ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଲେ ଗ୍ରାମବାସୀ

Advertisment
ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଲେ ଗ୍ରାମବାସୀ
ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବାମନଘାଟି ଉପଖଣ୍ଡ ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ପଞ୍ଚୟତର ହେଁସଡା ଗ୍ରାମର ଅଙ୍ଗନବାଡ଼ି ଦିଦି ଦୀର୍ଘ ଦିନରୁ ଗର୍ଭବତୀ ମହିଳା ଓ ଛୁଆମାନଙ୍କ ପାଇଁ ଆସୁଥିବା ସରକାରୀ ସାମଗ୍ରୀ ଯଥା ଅଣ୍ଡା, ଛତୁଆ, ସୁଜି, କୃମି ଔଷଧ, ଜୋତା, ମୋଜା, ପୋଷାକ, ଶୀତକାଳୀନ ବସ୍ତ୍ର ଓ ଗର୍ଭବତୀ ମହିଳାଙ୍କୁ ସରକାରୀ ସହାୟତା ତଥା ମିଳୁଥିବା ସାହାଯ୍ୟ ଟଙ୍କା ବିଗତ କିଛି ବର୍ଷ ହେଲା ସବୁ ହଡ଼ପ କରି ଖାଇଦେଉଛିନ୍ତ। ଗର୍ଭବତୀ ମହିଳା ଓ ଶିଶୁଙ୍କ ଖାଦ୍ୟ ଅଙ୍ଗନବାଡି କର୍ମୀଙ୍କୁ ମାଗିବାକୁ ଗଲେ ଧମକ ଚମକ ଦେଇ ଖରାପ ଭାଷାରେ ଗାଳିଗୁଲଜ କରି ମୋ ପାଖରୁ ଚାଲି ଯାଅ ବୋଲି କହିଥାନ୍ତି। ମୋର କେହି କିଛି କରି ପାରିବେ ନାହିଁ ଏବଂ ଯାହାକୁ ଯାହା କରିବାର ଅଛି କର କହି ଧମକ ଦେଇଥାନ୍ତି । ଏଣୁ ହେଁସଡ଼ା ଗ୍ରାମବାସୀମାନେ ବହଳଦା ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସିଡିପିଓ ଏବଂ ବାମନଘାଟି ଉପଜିଲ୍ଲାପାଳ ସରୋଜ କୁମାର ଦାସଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ଦେଇ ଦାବି କରିଛନ୍ତି। ଅଙ୍ଗନବାଡ଼ି କର୍ମୀଙ୍କୁ ବହିଷ୍କାର କରାଯାଉ ବୋଲି ଦାବି କରିଛନ୍ତି ଗ୍ରାମବାସୀ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe