ଭତ୍ତା ୫୦୦ଟଙ୍କାକୁ ଅଟୋ ଭଡ଼ା ୧୦୦ଟଙ୍କା

ଭତ୍ତା ୫୦୦ଟଙ୍କାକୁ ଅଟୋ ଭଡ଼ା ୧୦୦ଟଙ୍କା

ଜୟପୁର: ଭତ୍ତା ୫୦୦ଟଙ୍କାକୁ ଅଟୋ ଭଡ଼ା ୧୦୦ଟଙ୍କା ଦେବାକୁ ପଡୁଛି।  ତା ପୁଣି ନିୟମିତ ଭାବେ ପ୍ରତି ମାସରେ ମିଳୁନାହିଁ। ପ୍ରତିମାସରେ  ଅଟୋ ଭଡ଼ା କରି ଭତ୍ତା ଟଙ୍କା ମିଳିବ ବୋଲି ଆଶାରେ ଯାଉଛୁ,  କିନ୍ତୁ ଭତ୍ତା ଟଙ୍କା ନ ମିଳିଲେ ସେଭଳି ଖାଳି ହାତରେ ଅଯଥା ଖର୍ଚ୍ଚାନ୍ତ ହୋଇ  ଯିବାକୁ ପଡୁଛି ବୋଲି କହିଛନ୍ତି ଇରିଗେସନ୍ କଲେନୀର ବୃଦ୍ଧା ରୁକ୍ମିଣୀ ପରଜା ଓ ତାଙ୍କ ଭିନ୍ନକ୍ଷମ ନାତି ସୁବାସ ପରଜା। ଆଜି ସେଭଳି ଭତ୍ତା ଟଙ୍କା ନେବାକୁ ଉଭୟ ଅଟୋ କରିକି ଯାଇଥିଲେ। ଅଟୋ ଚାଳକ ଜଣକ ଏମାନଙ୍କୁ ପୌରପାଳିକା କାର୍ଯ୍ୟାଳୟରେ ଛାଡି ପଳାଇଥିଲେ। ବୃଦ୍ଧା ଜଣଙ୍କୁ ଡିସେମ୍ବର ମାସର ୮୦୦ଟଙ୍କା ଦେଇଥିଲେ। ଜାନୁଆରୀ  ମାସରୁ ପେବୃଆରୀ ମାସର ଭତ୍ତା ଟଙ୍କା ବୃଦ୍ଧାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଥିବା ପୌରପାଳିକା କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିବା  କହିଛନ୍ତି ରୁକ୍ମିଣୀ।

ତେବେ ବ୍ୟାଙ୍କକୁ ଯାଇ  ଖାତା ଅପଟୁଡେଟ୍ କରିବାରେ ଟଙ୍କା ଜମା କରାଯାଇନଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିବା କହିଛନ୍ତି ରୁକ୍ମିଣୀ। ବ୍ୟାଙ୍କ , ପୌରପାଳିକା ଓ ତାଙ୍କ ଘରର ଦୂରତା ୫କିଲୋମିଟର । ବୟସର ଅପରାହ୍ନରେ ଅଣ୍ଟା ସଳଖ ହୋଇ ପାରୁନି, ଆଖିକୁ ବି ଭଲ ଭାବେ ଦିଶୁନି। ମାନସିକ ଭିନ୍ନକ୍ଷମ ନାତିକୁ ନେଇ ବାରମ୍ବାର ଭତ୍ତା ଟଙ୍କା ପାଇଁ ଏଭଳି ଘୁରି ବୁଲିବା ବହୁତ ମୁସ୍କିଲ , ଥରକୁ ଅଟୋରେ ଯିବା ଆସିବା ‌‌ଶହେ ଟଙ୍କା, ଏପରି ୩ରୁ ୪ଥର ହେଲେ ସବୁ ଟଙ୍କା ଅଟୋ ଭଡାରେ ହିଁ ପଳାଉଛି ବୋଲି  କହିଛନ୍ତି ରୁକ୍ମିଣୀ। ଏହି ସ୍ଥିତିରେ ସରକାର ଯେଉଁ ଉଦେଶ୍ୟ ନେଇ ସାମାଜିକ ସୁରକ୍ଷା ଯୋଜନାରେ ସହ‌ଯୋଗ କରାଯାଉଛି ତାହା କେତେ ଦୁର ସଫଳ ହେଉଛି ତାହା ସହଜେ ଅନୁମେୟ। କିପରି ଏଭଳି ବୃଦ୍ଧ, ବୃଦ୍ଧା, ଅସହାୟ ମାନେ ସହଜ ଓ ସରଳଭାବେ ନିଜ ଘରେ ଭତ୍ତା ଟଙ୍କା ପାଇ ପାରିବେ ସେ ଦିଗରେ ଦୃଷ୍ଟି ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe