ଭତ୍ତା ଅନିୟମିତତା: ସରପଞ୍ଚଙ୍କୁ ତାଲା ପକାଇଲେ ହିତାଧିକାରୀ

ଭତ୍ତା ଅନିୟମିତତା: ସରପଞ୍ଚଙ୍କୁ ତାଲା ପକାଇଲେ ହିତାଧିକାରୀ

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ସ୍ୟାଙ୍ଗବାଲି ପଞ୍ଚାୟତରେ ନିୟମିତ ଓ ଠିକ୍‌ ଭାବେ ଭତ୍ତା ପ୍ରଦାନ କରାଯାଉ ନଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ହିତାଧିକାରୀମାନେ ଆଜି ସରପଞ୍ଚ ଆନ୍ଦ୍ରୀୟ ପ୍ରଧାନଙ୍କୁ ଅପରାହ୍‌ଣରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ। ଖବର ପାଇ ଦାରିଙ୍ଗବାଡ଼ି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଓ ତହସିଲଦାର ଶରତ ଶବର ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ହିତାଧିକାରୀଙ୍କୁ ବୁଝାସୁଝା କରିଥିଲେ। ହେଲେ ହିତାଧିକାରୀ ନିଜ ଜିଦ୍‌ରେ ଅଟଳ ରହିଥିଲେ। ‌ପରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଟ୍ବିଙ୍କଲ ଦିଗାଲଙ୍କୁ ଫୋନ୍‌ କରି ଡକାଯାଇ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା। ଏଥିରେ ଉପକୃତ ହେବା ପରେ ହିତାଧିକାରୀ ପଞ୍ଚାୟତ ତାଲା ଖୋଲି ସରପଞ୍ଚଙ୍କୁ ଛାଡ଼ିଥିଲେ।

ସୂଚନା ପ୍ରକାରେ, ଗତ ୬ମାସ ପୂର୍ବେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଟ୍ବିଙ୍କଲ ଦିଗାଲ ତୁମୁଡ଼ିବନ୍ଧ ବ୍ଲକରୁ ଦାରିଙ୍ଗବାଡ଼ି ବ୍ଲକ୍‌କୁ ବଦଳି ହୋଇ ସ୍ୟାଙ୍ଗବାଲି ଗ୍ରାମ ପଞ୍ଚାୟତରେ ଦାୟିତ୍ବରେ ରହିଛନ୍ତି। ହେଲେ ଦାୟିତ୍ବ ଗ୍ରହଣ ପରଠାରୁ ପଞ୍ଚାୟତର କାର୍ଯ୍ୟ ଠିକ ଭାବେ ତୁଲାଉ ନଥିବା ଅଭିଯୋଗ ହୋଇଥିଲା। ଫଳରେ ୬ମାସରୁ ଊର୍ଦ୍ଧ୍ବ ହେବ ପଞ୍ଚାୟତ ବୈଠକ ହୋଇ ପାରିନଥିବାରୁ କାର୍ଯ୍ୟ ସମ୍ପର୍କରେ ସୂଚନା ସହ ଅନ୍ୟାନ୍ୟ କାର୍ଯ୍ୟ ହେଉନଥିବା ୱାର୍ଡ଼ମେମ୍ବର ପ୍ରେମଲତା ପ୍ରଧାନ ଓ ବିଭୂତି ଭୂଷଣ ପ୍ରଧାନ କହିଛନ୍ତି। ଅନ୍ୟ ପକ୍ଷରେ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ସଲାସୁତରା ଯୋଗୁଁ ଏଭଳି ହୋଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe