ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ଏକମାଣିଆ ପଞ୍ଚାୟତର ୩ଟି ଗାଁର ବୃଦ୍ଧବୃଦ୍ଧା ଦୟନୀୟ ଭାବେ ଜୀବନକୁ ବାଜି ଲଗାଇ ରାଜନଗର ବ୍ଲକ୍ କେରେଡ଼ାଗଡ଼କୁ ନଈ ପାର ହୋଇ ଭତ୍ତା ଟଙ୍କା ପାଇଁ ଆସୁଛନ୍ତି। ଠିକ୍ ଭାବେ ବସି ପାରୁ ନ ଥିବା ବୃଦ୍ଧବୃଦ୍ଧାଙ୍କୁ ସେମାନଙ୍କ ସଂପର୍କୀୟମାନେ ଭତ୍ତା ଟଙ୍କା ଆଣିବା ପାଇଁ ଶିକାଭାରରେ ନଈ ପାର କରାଉଛନ୍ତି।
ଏ ସମ୍ପର୍କିତ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତ୍ବରିତ ପଦକ୍ଷେପ ନେଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ କହିଛନ୍ତି, ଏକମାଣିଆ ଯେହେତୁ ଏକ ଟାପୁ ମଧ୍ୟରେ ଅଛି, ସେମାନଙ୍କୁ ପରବର୍ତ୍ତୀ ସମୟରେ ଆଉ ନଈ ପାର ହୋଇ ଆସିବାକୁ ପଡ଼ିବନି। ବ୍ୟାଙ୍କ ମିତ୍ର ବା ବ୍ୟାଙ୍କିଙ୍ଗ୍ କରେସ୍ପଣ୍ଡେନ୍ସି ସେହି ପଞ୍ଚାୟତକୁ ଯାଇ ନିର୍ଦ୍ଦିଷ୍ଟ ଗୋଟିଏ ଦିନରେ ଭତ୍ତା ବଣ୍ଟନ କରାଯିବା ନେଇ ଚିଠି କରାଯାଉଥିବା ସେ କହିଛନ୍ତି। ଜିଲ୍ଲାପାଳଙ୍କ ଏହି ପଦକ୍ଷେପକୁ ଏକମାଣିଆ ପଞ୍ଚାୟତର ୩ଟି ଗାଁର ଲୋକେ ସ୍ବାଗତ କରିଛନ୍ତି।
Follow Us