ବିଂଝାରପୁରରେ ଭତ୍ତା ଜାଲିଆତି: ୮୯୪ ଭେଣ୍ଡିଆଙ୍କୁ ବାର୍ଦ୍ଧକ୍ୟ ଭତ୍ତା

Advertisment

ଜଣେ କି ଦୁଇଜଣ ନୁହେଁ, ଗୋଟିଏ ବ୍ଲକ୍‌ରେ ୮୯୪ଜଣ ଭେଣ୍ଡିଆଙ୍କୁ ମିଳିଛି ବାର୍ଦ୍ଧକ୍ୟ ଭତ୍ତା।  ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍‌ରେ ଏଭଳି ଶହଶହ ଭେଣ୍ଡିଆ ବାର୍ଦ୍ଧକ୍ୟ ଭତ୍ତା ହାତେଇଥିବା ଜଣାପଡ଼ିବା ପରେ ଥାନାରେ ମାମଲା ରୁଜୁ ହୋଇଛି।

ଜଣେ କି ଦୁଇଜଣ ନୁହେଁ, ଗୋଟିଏ ବ୍ଲକ୍‌ରେ ୮୯୪ଜଣ ଭେଣ୍ଡିଆଙ୍କୁ ମିଳିଛି ବାର୍ଦ୍ଧକ୍ୟ ଭତ୍ତା।  ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍‌ରେ ଏଭଳି ଶହଶହ ଭେଣ୍ଡିଆ ବାର୍ଦ୍ଧକ୍ୟ ଭତ୍ତା ହାତେଇଥିବା ଜଣାପଡ଼ିବା ପରେ ଥାନାରେ ମାମଲା ରୁଜୁ ହୋଇଛି।

dgjgdgjj

ଯାଜପୁରସଦର/ବିଂଝାରପୁର: ଜଣେ କି ଦୁଇଜଣ ନୁହେଁ, ଗୋଟିଏ ବ୍ଲକ୍‌ରେ ୮୯୪ଜଣ ଭେଣ୍ଡିଆଙ୍କୁ ମିଳିଛି ବାର୍ଦ୍ଧକ୍ୟ ଭତ୍ତା।  ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍‌ରେ ଏଭଳି ଶହଶହ ଭେଣ୍ଡିଆ ବାର୍ଦ୍ଧକ୍ୟ ଭତ୍ତା ହାତେଇଥିବା ଜଣାପଡ଼ିବା ପରେ ଥାନାରେ ମାମଲା ରୁଜୁ ହୋଇଛି। ଆଉ ଗିରଫ ହେବା ଭୟରେ ଏଭଳି ଜାଲିଆତିରେ ସଂପୃକ୍ତ ଥିବା ସରକାରୀ ଅଧିକାରୀ ଫେରାର ହୋଇଯାଇଛନ୍ତି। ବିଂଝାରପୁର ବ୍ଲକ୍‌ରେ ୮୯୪ ଜଣ ଅଯୋଗ୍ୟଙ୍କୁ ଦିଆଯାଇଛି ୯୦ ଲକ୍ଷ ଟଙ୍କାର ଭତ୍ତା। ସାମାଜିକ ସୁରକ୍ଷା ଯୋଜନାରେ ଏପରି ବଡ଼ କେଳେଙ୍କାରୀର ପର୍ଦ୍ଦାଫାସ ହେବା ପରେ ପୂର୍ବତନ ବ୍ଲକ୍‌ ସାମାଜିକ ସୁରକ୍ଷା ଅଧିକାରୀ ଧର୍ମେନ୍ଦ୍ର କୁମାର ସାହୁଙ୍କ ନାଁରେ ବିଂଝାରପୁର ବିଡିଓ ଥାନାରେ ଏତଲା ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

୯୦ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ
ଥାନାରେ ମାମଲା ପରେ ବିବାଦୀୟ ଅଧିକାରୀ ଫେରାର

ପିଇଓ ଭାବେ ନିଯୁକ୍ତି ପାଇଥିବା ଧର୍ମେନ୍ଦ୍ର କୁମାର ସାହୁ ୮ ବର୍ଷ ହେଲା ବିଂଝାରପୁର ବ୍ଲକ୍‌ର ସାମାଜିକ ସୁରକ୍ଷା ଅଧିକାରୀ ଭାବେ ଦାୟିତ୍ବ ତୁଲାଉଥିଲେ। ଟିଣା ପଞ୍ଚାୟତର କିଛି ଲୋକ ଭତ୍ତା ଜାଲିଆତି ସଂପର୍କରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଗତ ୨୦୨୩ ସେପ୍ଟେମ୍ବରରୁ ୨୦୨୪ ସେପ୍‌ଟେମ୍ବର ମଧ୍ୟରେ ଜାଲିଆତି କରି ୮୯୪ ଜଣ ଅଯୋଗ୍ୟ ଲୋକଙ୍କୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ସାମିଲ କରାଯାଇଥିଲା। ବିଡିଓ ଦିବ୍ୟେନ୍ଦୁ କୁମାର ଦାସ ଏ ସଂପର୍କରେ ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କୁ ଲିଖିତ ଭାବେ ଜଣାଇବା ପରେ ସେ ଥାନାରେ ଏତଲା ଦେବାକୁ ନିର୍ଦେଶ ଦେଇଥିଲେ। ଏ ସଂକ୍ରାନ୍ତରେ ଥାନାରେ କେସ ନଂ ୫୮୪/୨୪ ରୁଜୁ ହୋଇ ବିଏନ୍‌ଏସ୍‌ଏସ୍‌ ଦଫା ୪୬୮, ୪୭୦, ୪୭୧, ୪୧୯, ୪୨୦ରେ ତଦନ୍ତ ଆରମ୍ଭ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରାଗଲେ ଜଣାଇ ଦିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି। 

ବିଂଝାରପୁର ବ୍ଲକ୍‌ରେ ଶ୍ରୀ ସାହୁ ଯୋଗଦେବା ପୂର୍ବରୁ ଯାଜପୁର ବ୍ଲକ୍‌ର ପଣସା ପଞ୍ଚାୟତରେ କାର୍ଯ୍ୟରତ ଥିଲେ। ସେଠାରେ ଭତ୍ତା ଅନିୟମିତତା ଓ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଛନ୍ଦି ହୋଇଥିଲେ। ଏହା ପୂର୍ବରୁ ସୁକିନ୍ଦା ବ୍ଲକ୍‌ରେ ସେ ଅବସ୍ଥାପିତ ଥିବାବେଳେ ମଧ୍ୟ ଭତ୍ତା କେଳେଙ୍କାରୀରେ ଛନ୍ଦି ହୋଇଥିଲେ।  ବିଂଝାରପୁର ବ୍ଲକ୍‌କୁ ବଦଳି ହୋଇ ଆସିବା ପରେ ତାଙ୍କୁ କୌଣସି ପଞ୍ଚାୟତ ଦାୟିତ୍ବ ଦିଆନଯାଇ ସିଧାସଳଖ ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଥିଲା। ରାଜନେତାଙ୍କ ଛତ୍ରଛାୟା ତଳେ ରହି ସେ ୮ ବର୍ଷ ଧରି ଏହି କାର୍ଯ୍ୟ କରୁଥିଲେ। ୧୫ ଦିନ ତଳେ ନୂଆ ସାମାଜିକ ସୁରକ୍ଷା ଅଧିକାରୀ ଆସିବା ପରେ ଶ୍ରୀ ସାହୁଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା। ଏଥିସହ ତାଙ୍କୁ ଦାୟିତ୍ବ ମୁକ୍ତ କରାଯାଇଥିଲା। କାରଣ ଦର୍ଶାଅ ନୋଟିସ୍‌ର ସେ ଯଥାର୍ଥ ଉତ୍ତର ମଧ୍ୟ ଦେଇପାରି ନଥିଲେ। ତାଙ୍କ ନାମରେ ଏତଲା ହେବା ଦିନଠାରୁ ସେ ବ୍ଲକ୍‌କୁ ଆସୁନାହାନ୍ତି ବୋଲି ବିଂଝା‌ରପୁର ବିଡିଓ ଦିବ୍ୟେନ୍ଦୁ କୁମାର ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe