ଭୂତ ନାଁରେ ଉଠୁଛି ଭତ୍ତା: ପଡ଼ିରହିଛି ୩୦ କୋଟି

Advertisment

ଗଞ୍ଜାମର ୨୨ ବ୍ଲକ୍, ୧୮ ସହରା‌ଞ୍ଚଳ ଚିତ୍ର

ଗଞ୍ଜାମର ୨୨ ବ୍ଲକ୍, ୧୮ ସହରା‌ଞ୍ଚଳ ଚିତ୍ର

୨୦୨୨-୨୩ ପାଇଁ ୨ ଲକ୍ଷ କୋଟିର ବ୍ୟୟ ଅଟକଳ: ଲକ୍ଷେ କୋଟିର କାମଚଳା ବଜେଟ୍‌

The Economic Times

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ମୃତ ହିତାଧିକାରୀଙ୍କ ନା’ରେ ଭତ୍ତା ଉଠୁଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ଏହାର କଡ଼ାକଡ଼ି ଯାଞ୍ଚ୍‌ ଦିଗରେ ତତ୍ପରତା ଦେଖାଉନାହାନ୍ତି। ବିଭିନ୍ନ ବ୍ଲକ୍ ଓ ସହରା‌ଞ୍ଚଳରୁ ମାଳ ମାଳ ଏଭଳି ଅଭିଯୋଗ ବାରମ୍ବାର ସାମ୍ନାକୁ ଆସିବାରେ ଲାଗିଛି। ହେଲେ ଦୁଃଖର କଥା ହେଲା, ପଞ୍ଚାୟତ ଓ ସହରାଞ୍ଚଳ ୱାର୍ଡ଼ସ୍ତରରେ ମୃତ ହିତାଧିକାରୀଙ୍କ ରିପୋର୍ଟକୁ ନିୟମିତ ଭାବେ ଯା‌ଞ୍ଚ୍‌ କରାଯାଉନି। ଯାହାଫଳରେ ମୃତକଙ୍କ ନାମରେ ମାସ ମାସ ଧରି ଭତ୍ତା ଟଙ୍କା ଉଠାଯାଉଛି। ରାଜ୍ୟ ସାମାଜିକ ସୁରକ୍ଷା ବିଭାଗ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ସବୁ କାର୍ଯ୍ୟାଳୟକୁ ରିପୋର୍ଟ ମଗା ଯାଇଥିଲା।

ରିପୋର୍ଟ ଅନୁସାରେ, ୨୨ ବ୍ଲକ୍‌, ବ୍ରହ୍ମପୁର ମହାନଗର ନିଗମ ସମେତ ୧୮ଟି ସହରା‌ଳରେ ଆଜି ସୁଦ୍ଧା ବଳି ଯାଇଥିବା ୩୦ କୋଟିରୁ ଅଧିକ ଭତ୍ତା ଟଙ୍କା ଗଚ୍ଛିତ ହୋଇ ରହିଛି। ଏଥିମଧ୍ୟରୁ ବ୍ରହ୍ମପୁର ମହାନଗର ନିଗମ ନିକଟରେ କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା ଓ ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ୍ ଯୋଜନାର ଭତ୍ତା ଟଙ୍କା ବାବଦରେ ପ୍ରାୟ ୧୬ କୋଟି ଟଙ୍କା ଗଚ୍ଛିତ ରହିଛି। ମହାନଗର ନିଗମ ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟ ଅନୁସାରେ ୧୨ କୋଟି ଭତ୍ତା ଟଙ୍କା ବଳକା ରହିଥିବା ବେଳେ ସୁଧ ୪ କୋଟିକୁ ମିଶାଇ ସମୁଦାୟ ୧୬ କୋଟି ଟଙ୍କା ଗଚ୍ଛିତ ରହିଛି। ଏହି ରିପୋର୍ଟକୁ ଆଧାର କରି ରାଜ୍ୟ ସାମାଜିକ ସୁରକ୍ଷା ବିଭାଗ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ ଓ ସହରା‌ଳକୁ ଟାର୍ଗେଟ୍‌ ହିତାଧିକାରୀଙ୍କ ଭତ୍ତା ଟଙ୍କା ବାବଦରେ ଗଚ୍ଛିତ ଟଙ୍କାକୁ ବାଦ୍‌ କରି ବଳକା ଟଙ୍କା ଦେବେ ବୋଲି ସୂଚନା ମିଳିଛି। ନଚେତ୍ ଯେଉଁ କାର୍ଯ୍ୟାଳୟରେ ମାସିକ ଭତ୍ତା ଟଙ୍କା ଠାରୁ ଅଧିକ ରହିଛି, ଉକ୍ତ ଟଙ୍କାକୁ ସିଧାସଳଖ ବ୍ୟାଙ୍କରୁ ବିଭାଗ ଉଠାଇ ନେବ ବୋଲି ସୂଚନା ମିଳିଛି।

ରାଜ୍ୟ ସରକାରଙ୍କ ଆକଳନ ଅନୁସାରେ ପ୍ରତିବର୍ଷ ୧୦ ପ୍ରତିଶତ ମୃତ ହିତାଧିକାରୀ ରହୁଥିବେ। ସେହି ଟାଗେର୍ଟ୍ ଅନୁପାତରେ ନୂଆ ହିତାଧିକାରୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିଲାଗି ଅଧିକାରୀମାନେ ଭତ୍ତା ବଣ୍ଟନ ଦିବସରେ କଡ଼ାକଡ଼ି ଯା‌ଞ୍ଚ କରିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଉପରଠାଉରିଆ ଭାବେ ଯା‌ଞ୍ଚ କରି ମୃତ ହିତାଧିକାରୀଙ୍କୁ ଭତ୍ତା ତାଲିକାରୁ ବାଦ୍ ଦିଆଯାଉଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ବ୍ରହ୍ମପୁର ମହାନଗର ନିଗମରେ କୋଟି କୋଟି ଭତ୍ତା ଟଙ୍କା ଗଚ୍ଛିତ ଥିବା ନେଇ ତୁରନ୍ତ ଫେରାଇବାକୁ ବାରମ୍ବାର କୁହାଯିବା ସତ୍ତ୍ବେ ଏଯାବତ୍ ଫେରସ୍ତ କରାଯାଉନି। ସେହିପରି ଜିଲ୍ଲାର ସମସ୍ତ ବ୍ଲକ ଓ ସହରା‌ଞ୍ଚଳ କାର୍ଯ୍ୟାଳୟ ଗୁଡ଼ିକରେ ଭତ୍ତା ବାବଦରେ କେତେ ଟଙ୍କା ରହିଛି ତାହା ନେଇ ମଧ୍ୟ ରିପୋର୍ଟ ମଗାଯାଇଛି।

ଜିଲ୍ଲାରେ ଦିନକୁ ଦିନ ଭତ୍ତା ପାଇଁ ଆବେଦନକାରୀଙ୍କ ସଂଖ୍ୟା ବଢ଼ୁଥିଲେ ହେଁ ସେହି ଅନୁପାତରେ ଟାଗେର୍ଟ୍ ମିଳୁନାହିଁ। ଜିଲ୍ଲାରେ ଟାଗେର୍ଟ୍ ନ ଥିବାରୁ ପ୍ରାୟ ୩୦ହଜାର ଜଣଙ୍କ ଆବେଦନ ପଡ଼ି ରହିଛି। କେନ୍ଦ୍ର ସରକାରଙ୍କ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ଇନ୍ଦିରାଗାନ୍ଧୀ ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତ୍ତା ୧ ଲକ୍ଷ ୫୦ ହଜାର ୪୮୬ ଜଣ ହିତାଧିକାରୀ ପାଉଛନ୍ତି। ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ୍ ଯୋଜନାରେ ୬୦ ବର୍ଷ ବୟସରୁ ଅଧିକ ବିଭିନ୍ନ ହିତାଧିକାରୀ ୨ ଲକ୍ଷ ୨୦ ହଜାର ୫୬୦ ଜଣ ଭତ୍ତା ପାଉଛନ୍ତି। ଏହି ବାବଦରେ ରାଜ୍ୟ ସାମାଜିକ ସୁରକ୍ଷା ବିଭାଗ ଗଞ୍ଜାମ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ମାଧ୍ୟମରେ ମାସକୁ ପ୍ରାୟ ୧୯ କୋଟି ଭତ୍ତା ଟଙ୍କା ଯୋଗାଇ ଆସୁଛନ୍ତି।

ବ୍ରହ୍ମପୁର ମହାନଗର ନିଗମରେ ସର୍ବାଧିକ ୨୩ ହଜାର ୯୫୬ ଜଣ ହିତାଧିକାରୀଙ୍କୁ ବିଭିନ୍ନ ବର୍ଗର ଭତ୍ତା ପ୍ରଦାନ କରାଯାଉଛି। ୧୩ ହଜାର ୬୪୬ ହିତାଧିକାରୀ କେନ୍ଦ୍ର ସରକାରଙ୍କ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ଇନ୍ଦିରାଗାନ୍ଧୀ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ପାଉଛନ୍ତି। ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ୍ ଯୋଜନାରେ ୬୦ ବର୍ଷରୁ ଅଧିକ ବୟସର ବିଭିନ୍ନ ୧୦ ହଜାର ୩୧୦ ଜଣ ହିତାଧିକାରୀ ଭତ୍ତା ପାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe