ଲକ୍‌ଡାଉନ୍‌ରେ ଯୁକ୍ତ୨ ଖାତା ଦେଖିବାକୁ ଅନୁମତି

Advertisment
ଲକ୍‌ଡାଉନ୍‌ରେ ଯୁକ୍ତ୨ ଖାତା ଦେଖିବାକୁ ଅନୁମତି

Hindustan Times

ଭୁବନେଶ୍ୱର : ଗଞ୍ଜାମ, ଖୋର୍ଧା, କଟକ, ଯାଜପୁର ଜିଲ୍ଲା ସମେତ ରାଉରକେଲା ମହାନଗର ନିଗମରେ ଲକ୍‌ଡାଉନ୍‌ ଜାରି ରହିଛି। ‌ତେଣୁ ଏହି ଅଞ୍ଚଳରେ ଯୁକ୍ତ୨ ଉତ୍ତର ଖାତା ମୂଲ୍ୟାୟନ ହେବ କି ନାହିଁ ତାହାକୁ ନେଇ ଅଧ୍ୟାପକ ଅଧ୍ୟାପିକା ଦ୍ବନ୍ଦ୍ବରେ ଅଛନ୍ତି। ଯେହେତୁ ଲକ୍‌ଡାଉନ୍‌ ହୋଇଛି ତେଣୁ କେତେକ କେନ୍ଦ୍ରକୁ ଅଳ୍ପ ସଂଖ୍ୟକ ଅଧ୍ୟାପକ ଆସୁଥିବାରୁ ମୂଲ୍ୟାୟନ ପ୍ରଭାବିତ ହୋଇଛି। ତାହାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଠାରୁ ଅନୁମତି ଲୋଡ଼ାଯାଇଥିଲା। ଆଜି ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି।

ବିଭାଗୀୟ ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ଚିଠି ଲେଖି ସିଏଚ୍‌ଏସ୍‌ଇ ଅଧ୍ୟକ୍ଷଙ୍କୁ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ସମୟରେ ପରୀକ୍ଷା ଫଳ ପ୍ରକାଶ କରାଯିବ। ତେଣୁ ଲକ୍‌ଡାଉନ୍‌ ସମୟରେ ଖାତା ମୂଲ୍ୟାୟନ ଚାଲିବ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସ୍ବତନ୍ତ୍ର ରିଲିଫ୍‌ କମିସନଙ୍କ ଦ୍ବାରା ଜାରି ହୋଇଥିବା କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ଆଧାର କରି ମୂଲ୍ୟାୟନ ପ୍ରକ୍ରିୟା ଜାରି ରଖ। ସୂଚନାଯୋଗ୍ୟ ଯେ ଉକ୍ତ ୪ଟି ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ମୋଟ ୩୫ଟି ମୂଲ୍ୟାୟନ କେନ୍ଦ୍ର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe