ପୁଣି ଚର୍ଚ୍ଚାରେ ଭୀମଭୋଇ ମେଡିକାଲ୍‌: ଚିକିତ୍ସା ଅବହେଳାରୁ ୨ ରୋଗୀଙ୍କ ମୃତ୍ୟୁ!

Advertisment

କାର୍ଯ୍ୟରତ ଡାକ୍ତରଙ୍କୁ ନିସ୍ତୁକ ମାଡ଼

କାର୍ଯ୍ୟରତ ଡାକ୍ତରଙ୍କୁ ନିସ୍ତୁକ ମାଡ଼

ପୁଣି ଚର୍ଚ୍ଚାରେ ଭୀମଭୋଇ ମେଡିକାଲ୍‌: ଚିକିତ୍ସା ଅବହେଳାରୁ ୨ ରୋଗୀଙ୍କ ମୃତ୍ୟୁ!

ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍‌ ପୁଣିଥରେ ଚର୍ଚ୍ଚାକୁ ଆସିଛି। ମେଡିସିନ୍‌ ୱାର୍ଡରେ ଡାକ୍ତରଙ୍କ ଅବହେଳା ଯୋଗୁଁ ଦୁଇ ଜଣ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ସ୍ଥାନୀୟ କନ୍ଧପାଲି ପଡ଼ାର ନିକୁ ବାରିକ (୩୦)ଙ୍କୁ ପରିବାର ଲୋକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ। ମେଡିସିନ୍‌ ବିଭାଗରେ ଉପସ୍ଥିତ ଡାକ୍ତର ନିକୁଙ୍କ ପ୍ରାଥମିକ ଚିକିତ୍ସା କରିଥିଲେ। ପରେ ଅଧିକ ଚିକିତ୍ସା କରିବେ ବୋଲି କହିବା ସହ ଡ୍ୟୁଟି ସାରିଥିଲେ। ତେବେ, ନିକୁଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିବା ବେଳେ ତିନି ଘଣ୍ଟାଧରି ଡାକ୍ତରଙ୍କ ଦେଖାନଥିଲା। ନର୍ସଙ୍କୁ ଅନୁରୋଧ କଲେ ଆଇସିୟୁ‌ରୁ ଡାକ୍ତର ଫେରିଲେ ଯାହାକିଛି କରିବେ ବୋଲି କହି ଦାୟିତ୍ବ ସାରି ଦେଇଥିଲେ। ଏହିଭଳି ଏକ ଅବସ୍ଥାରେ ଯନ୍ତ୍ରଣାରେ ଛଟପଟ ହୋଇ ନିକୁ ପ୍ରାଣ ହରାଇଥିଲେ।

ପାଖାପାଖି ସମାନ ସମୟରେ ବିଷପାନ କରି ଭର୍ତ୍ତି ହୋଇଥିବା ବରଗଡ଼ ଜିଲ୍ଲା ବରିକେଲ ଗ୍ରାମର ପ୍ରଶାନ୍ତ ଧରୁଆ (୨୩)ଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଗୁରୁତର ହୋଇଥିଲା। ତାଙ୍କୁ ଉପଯୁକ୍ତ ଚିକିତ୍ସା ମିଳିନଥିଲା, ଫଳରେ ସେ ପ୍ରାଣ ହରାଇଥିଲେ। ରାତି ପ୍ରାୟ ସ‌ଢ଼େ ୧୧ଟାରେ ଡାକ୍ତର ରାଜେନ୍ଦ୍ର ନାରାୟଣ ଦଲପତି ମେଡିସିନ୍‌ ୱାର୍ଡରେ ପହଞ୍ଚି ଉଭୟ ରୋଗୀଙ୍କୁ ମୃତ ଘୋଷଣା କରିଥିଲେ। ଚିକିତ୍ସା ଅବହେଳା ଯୋଗୁଁ ଦୁଇଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ପରିବାର ଲୋକେ ଡାକ୍ତରଙ୍କୁ ଟଣାଓଟରା କରି ନିସ୍ତୁକ ମାଡ଼ ମାରିଥିଲେ। ତେବେ, ସୁରକ୍ଷାକର୍ମୀ ବହୁ କଷ୍ଟରେ ଡାକ୍ତରଙ୍କୁ ମୁକୁଳାଇ ଥିଲେ।
ଅନ୍ୟପକ୍ଷରେ, ମେଡିକାଲ୍‌ ସୁପରିନ୍‌ଟେଣ୍ଡେଣ୍ଟ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe