ତିନି ଜିଲ୍ଲାର ୧.୦୮ କୋଟିର ୩୦ ପ୍ରକଳ୍ପକୁ ମଞ୍ଜୁରି

Advertisment

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ

ସରକାର ଅାରମ୍ଭ କଲେ ‘ପିଠା’  : ସବୁ ସରକାରୀ ଯୋଜନାର ସଂପର୍କରେ ଜାଣିବେ ଲୋକେ, ଏଣିକି ବାଟମାରଣା ହେବନି ସୁଫଳ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ୩ଟି ଜିଲ୍ଲାର ୧ କୋଟି ୮ ଲକ୍ଷ ଟଙ୍କାର ୩୦ ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି। ଗ୍ରାମ ବିକାଶ କାର୍ଯ୍ୟକ୍ରମର ସଫଳତା ପାଇଁ ଲୋକଙ୍କ ସହଯୋଗ ସେ ଲୋଡ଼ିବା ସହିତ ମଞ୍ଜୁରି ପାଇଥିବା ପ୍ରକଳ୍ପଗୁଡ଼ିକୁ ଶୀଘ୍ର ଏବଂ ଭଲ ଭାବେ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଦେବଗଡ଼ ଜିଲ୍ଲା ଦାନରା ଗ୍ରାମପଞ୍ଚାୟତର ୩୬ ଲକ୍ଷ ଟଙ୍କାର ୧୦ଟି, ଢେଙ୍କାନାଳ ଜିଲ୍ଲାର ରାୟନରସିଂହପୁର ଗ୍ରାମପଞ୍ଚାୟତର ୩୫ ଲକ୍ଷ ଟଙ୍କାର ୯ଟି ଏବଂ ବରଗଡ଼ ଜିଲ୍ଲା ଭଟ୍ଟଲି ଗ୍ରାମପଞ୍ଚାୟତର ୩୭ ଲକ୍ଷ ଟଙ୍କାର ୧୧ଟି ପ୍ରକଳ୍ପ ଅର୍ନ୍ତଭୁକ୍ତ।

ଆଜି ସଚିବାଳୟରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଏ ସବୁ ଗ୍ରାମପଞ୍ଚାୟତର ସରପଞ୍ଚମାନଙ୍କୁ ସେମାନଙ୍କର ଗ୍ରାମର ବିକାଶ ଯୋଜନା ସଂପର୍କରେ ଉପସ୍ଥାପନା କରିବାକୁ କହିଥିଲେ। ସେମାନଙ୍କଠାରୁ ପଞ୍ଚାୟତ ଭିତ୍ତିଭୂମି ବିକାଶ ପାଇଁ ମିଳିଥିବା ପ୍ରସ୍ତାବଗୁଡ଼ିକ ବିଚାର କରି ତୁରନ୍ତ ମଞ୍ଜୁରି ପ୍ରଦାନ କରିଥିଲେ। ଗତ ମାର୍ଚ ମାସରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସପ୍ତାହକୁ ଦୁଇଦିନ ବିଭିନ୍ନ ଜନସାଧାରଣଙ୍କୁ ଭେଟି ସେମାନଙ୍କର ଗାଁ ବିଷୟରେ ଆଲୋଚନା କରୁଛନ୍ତିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe