ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ୨୭ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି

Advertisment
ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ୨୭ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି

ଭୁବନେଶ୍ୱର : ଆଜି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧.୩୩ ଲକ୍ଷ ଟଙ୍କାର ୨୭ଟି ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତିି। ଏହି ଅବସରରେ ଭିଡିଓ କନ୍‌ଫରେନ୍ସିଂ ଯୋଗେ ସଂପୃକ୍ତ ପଞ୍ଚାୟତର ସରପଞ୍ଚମାନଙ୍କ ପ୍ରସ୍ତାବଗୁଡ଼ିକୁ ମଞ୍ଜୁରି ଦେଇଥିବା ବେଳେ ଉପସ୍ଥିତ ଜନସାଧାରଣଙ୍କ ସହଯୋଗ ଲୋଡ଼ିଥିଲେ। ସେହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶୀଘ୍ର ଏବଂ ଭଲ ଭାବେ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

ସୂଚନାଯୋଗ୍ୟ, ଗଜପତି ଜିଲ୍ଲାର ବଡ଼ଗୋଷାଣୀ ଗ୍ରାମପଞ୍ଚାୟତର ୭ଟି, ଖୋର୍ଧା ଜିଲ୍ଲାର ପଲାତୋଟାପଡ଼ା ଗ୍ରାମପଞ୍ଚାୟତର ୭ଟି, କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ରୋଡ୍‌ ଗ୍ରାମପଞ୍ଚାୟତର ୭ଟି ଏବଂ କଟକ ଜିଲ୍ଲାର ଯଶପଦା ପଞ୍ଚାୟତର ୬ଟି ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଛି। ଏହି କାର୍ଯ୍ୟକ୍ରମ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତ ଗ୍ରାମପଞ୍ଚାୟତର ସରପଞ୍ଚମାନଙ୍କୁ ସେମାନଙ୍କର ଗାଁର ବିକାଶ ଯୋଜନା ସଂପର୍କରେ ପ୍ରସ୍ତାବ ଦେବାକୁ କହିଥିଲେ। ସେମାନଙ୍କଠାରୁ ପଞ୍ଚାୟତ ଭିତ୍ତିଭୂମି ବିକାଶ ସଂକ୍ରାନ୍ତ ପ୍ରସ୍ତାବଗୁଡ଼ିକ ପାଇବା ପରେ ସେଗୁଡ଼ିକୁ ବିଚାର କରି ତୁରନ୍ତ ମଞ୍ଜୁରି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe