ଆମ ମୁଖ୍ୟମନ୍ତ୍ରୀ ଆମ କଥା : ରକ୍ତଦାନ ଆନ୍ଦୋଳନରେ ସାମିଲ୍‌ ହେବାକୁ ଆହ୍ଵାନ

Advertisment
ଆମ ମୁଖ୍ୟମନ୍ତ୍ରୀ ଆମ କଥା : ରକ୍ତଦାନ ଆନ୍ଦୋଳନରେ ସାମିଲ୍‌ ହେବାକୁ ଆହ୍ଵାନ

ଭୁବନେଶ୍ୱର : ରକ୍ତ ଦାନ ଦ୍ୱାରା ଆମେ ଗୋଟିଏ ମଣିଷର ଅମୂଲ୍ୟ ଜୀବନକୁ ବଞ୍ଚାଇ ପାରିଥାଉ। ତେଣୁ ଯୁବସମାଜ ରକ୍ତଦାନ କରିବା ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ଵାନ ଦେଇଛନ୍ତି। ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଆହ୍ଵାନ ଦେବା ସହ ରକ୍ତ ଦାନର ମହତ୍ତ୍ୱ ସମ୍ପର୍କରେ ବୁଝାଇଥିଲେ। ଏ ସମ୍ପର୍କରେ ବ୍ୟାପକ ସଚେତନତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ଗତ କିଛି ବର୍ଷ ମଧ୍ୟରେ ଆମ ରାଜ୍ୟରେ ରକ୍ତଦାନ ଏକ ଆନ୍ଦୋଳନରେ ପରିଣତ ହୋଇପାରିଛି। ମୁଁ ଚାହେଁ ରାଜ୍ୟର ଜଣେ ବି ଲୋକ ରକ୍ତ ଅଭାବରୁ ଜୀବନ ନ ହରାନ୍ତୁ। ଓଡ଼ିଶାର ସବୁ ସୁସ୍ଥ ଲୋକ ବିଶେଷ କରି ଯୁବ ସମାଜ ରକ୍ତଦାନ କରିବା ପାଇଁ ଆଗେଇ ଆସନ୍ତୁ। ୧୮ରୁ ୬୫ ବର୍ଷ ମଧ୍ୟରେ ସବୁ ସୁସ୍ଥ ଲୋକ ରକ୍ତଦାନ କରିପାରିବେ। ରକ୍ତଦାନ ସମସ୍ୟା ଥିବା ହେମାଫିଲିଆ, ଥାଲାସେମିଆ ଓ ସିକିଲ୍‌ ସେଲ ଆନାମିଆ ପରି ରୋଗୀଙ୍କୁ ଓ ବିପିଏଲ୍‌ ପରିବାରକୁ ମାଗଣାରେ ରକ୍ତ ଯୋଗାଇ ଦିଆଯାଉଛି। ରକ୍ତଗତ ସମସ୍ୟା ଥିବା ରୋଗୀଙ୍କୁ ଡାକ୍ତରଖାନା ଯିବାଆସିବା ପାଇଁ ୫୦୦ ଟଙ୍କା ଭତ୍ତା ମଧ୍ୟ ଦିଆଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରଥଯାତ୍ରା ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe