ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ଘୁ. ଉଦୟଗିରି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ୭, ୯ ଓ ୧୦ ନମ୍ବର ୱାର୍ଡ଼ ବାସିନ୍ଦାଙ୍କୁ ନେଇ ଆମ ଓଡ଼ିଶା ନବୀନ ଓଡ଼ିଶା ସହରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବେହେରା କଲୋନି, ବଡ଼ସାହି, କଚେରିସାହି, ମହାଗୁଡ଼ାସାହିର ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମୀତା ଶତପଥୀଙ୍କ ଅଧ୍ୟକ୍ଷତାରେ ଅୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମ ରେ ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, କାଉନସିଲର ଭାରତୀ ବେହେରା, ଲକ୍ଷ୍ମୀପ୍ରିୟା ପରିଛା, ମୋନାଲିସା ଦଳବେହେରା, ସିଦ୍ଧେଶ୍ଵରୀ ନାୟକ, ଯାକେଶ ପ୍ରଧାନ, ନନ୍ଦିତା ପ୍ରଧାନ, ଦୀପକ କୁମାର ନାୟକ ଉପସ୍ଥିତ ଥିଲେ।

କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଢ଼ଙ୍ଗୀ ଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ କୁ ମୁକ୍ତା ପ୍ରକଳ୍ପ ସଂଯୋଜକ ପ୍ରଭାତ ରଞ୍ଜନ ସାହୁ ପରିଚାଳନା କରିଥିବା ବେଳେ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସାହୁ, ମୁକେଶ ରଂଜନ ନାଏକ, ସିଓ କେ. ଜୀବନ ଜ୍ୟୋତି ପାତ୍ର, ଭବାନୀ ପ୍ରସାଦ ବେହେରା, ସୁନ୍ଦରା ସୋରେନ, ଅନ୍ୟ କର୍ମଚାରୀ ତଥା ମିସନ ଶକ୍ତି ଗ୍ରୁପ ସଭାପତି, ସମ୍ପାଦିକା ଓ ଅନ୍ୟ ସଦସ୍ୟାମାନେ  ଉପସ୍ଥିତ ଥିଲେ। ସାମୁହିକ ଭାବେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।

କାର୍ଯ୍ୟନିର୍ବାହୀ ଅଧିକାରୀ ଷଢ଼ଙ୍ଗୀ ଆମ ଓଡ଼ିଶା ନବୀନ ଓଡ଼ିଶା ସହରୀ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ତଥା ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ଏହି ଅବସରରେ ଅଧ୍ୟକ୍ଷା ଦେବସ୍ମିତା ଶତପଥୀ ନିଜ ବକ୍ତବ୍ୟରେ ସହରାଞ୍ଚଳର ବିକାଶ ପାଇଁ ମୁକ୍ତା ଯୋଜନା, ଜାଗା ମିସନ, ମାଗଣା ସ୍ବାସ୍ଥ୍ୟ ଶିବିର, ବିଜୁ ସ୍ଵାସ୍ଥ୍ୟ ବୀମା, ଭତ୍ତା ମୂଲ୍ୟ ବୃଦ୍ଧି, ହରିଶ୍ଚନ୍ଦ୍ର ଯୋଜନା ଭଳି ଯୋଜନା ମାଧ୍ୟମରେ ସହରାଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସଂକଳ୍ପ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe