‘ଆମ ପାଞ୍ଜି’ ଶ୍ରୀଲିଙ୍ଗରାଜଙ୍କ ନିକଟରେ ସମର୍ପିତ

‘ଆମ ପାଞ୍ଜି’ ଶ୍ରୀଲିଙ୍ଗରାଜଙ୍କ ନିକଟରେ ସମର୍ପିତ

ପୁରୁଣା ଭୁବନେଶ୍ୱର: ଆଜି ପବିତ୍ର ଫଗୁ ଦଶମୀ ତଥା ଚନ୍ଦ୍ରଶେଖର ବେଶ ଅବସରରେ ‘ସମ୍ବାଦ-ଆମ ଓଡିଶା’ର ‘ଆମ ପାଞ୍ଜି’ ଶ୍ରୀଲିଙ୍ଗରାଜଙ୍କ ନିକଟରେ ସମର୍ପିତ ହୋଇଛି। ଏହି ପବିତ୍ର ସମର୍ପଣ ସମୟରେ ‘ସମ୍ବାଦ’ ସଂପାଦକ ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମେତ ‘ଆମ ଓଡ଼ିଶା’ ସଂପାଦକ ସ୍ବରାଜ ମିଶ୍ର ଓ ‘ପୌରୁଷ’ର ସଂପାଦକ ଅସିତ ମହାନ୍ତି, ‘ସମ୍ବାଦ’ର ଉପ-ମହାପ୍ରବନ୍ଧକ(ବାର୍ତ୍ତା-ଡିଜିଟାଲ୍) ଧୃତିକାମ ମହାନ୍ତି, ଲିଙ୍ଗରାଜ ମନ୍ଦିର ବଡ଼ୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡ଼ୁ, ମନ୍ଦିର ସୁପରଭାଇଜର ରାଜ କିଶୋର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖନୀୟ ଯେ, ବିଗତ ଦଶ ବର୍ଷ ଧରି ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ଏହି ପାଞ୍ଜି ପ୍ରସ୍ତୁତ ହୋଇ ଆଦର ଲାଭ କରିଆସିଛି। ୨୦୨୧-୨୨ ବର୍ଷ ପାଇଁ ଆଜି ପାଞ୍ଜି ପ୍ରକାଶ ପାଇଛି। ବିଶିଷ୍ଟ ଗଣକବୃନ୍ଦଙ୍କ ଦ୍ବାରା ପ୍ରସ୍ତୁତ ଏହି ପାଞ୍ଜି ବହୁ ଦୃଷ୍ଟିରୁ ସ୍ବତନ୍ତ୍ର। ସରଳ ଭାଷାରେ ଏହା ପ୍ରସ୍ତୁତ ହୋଇଛି ଏବଂ ତିଥି, ବାର, ନକ୍ଷତ୍ର, ଶ୍ରାଦ୍ଧ, ପୁଷ୍କର ଦୋଷ, ଯୋଗିନୀ ସ୍ଥିତି, ଦୂରଯାତ୍ରାର ଶୁଭାଶୁଭ, ବିବାହ, ବ୍ରତ ଆଦିର ଦିନ ସଂପର୍କରେ ସମସ୍ତ ତଥ୍ୟ ସରଳ ଭାଷାରେ ଦିଆଯାଇ ଏହାକୁ ଅତ୍ୟନ୍ତ ବ୍ୟବହାର ଉପଯୋଗୀ କରାଯାଇଛି।

ଅନ୍ୟ ଆକର୍ଷଣ ହେଉଛି ମାସ ଅନୁସାରେ ବାର ରାଶିର ଫଳାଫଳ ଓ ଏହାର ସୁଲଭ ମୂଲ୍ୟ। ପୂର୍ବ ବର୍ଷ ପରି ଏଥର ମଧ୍ୟ ୨୬୦ ପୃଷ୍ଠା ବିଶିଷ୍ଟ ଏହି ପାଞ୍ଜିର ମୂଲ୍ୟ ମାତ୍ର ୨୦ ଟଙ୍କା ରଖାଯାଇଥିବାରୁ ଏହାକୁ ସମସ୍ତେ କିଣି ବ୍ୟବହାର କରିପାରିବେ। ଏହାର ସୁଯୋଗ ନେବାକୁ ଆମ ଓଡ଼ିଶା ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe