ମହାପ୍ରଭୁଙ୍କୁ ସମର୍ପିତ ହେଲା ‘ଆମ ପାଞ୍ଜି’, ଲୋକାର୍ପଣ କଲେ ‘ସମ୍ବାଦ’ ସଂପାଦକ

Advertisment
ମହାପ୍ରଭୁଙ୍କୁ ସମର୍ପିତ ହେଲା ‘ଆମ ପାଞ୍ଜି’, ଲୋକାର୍ପଣ କଲେ ‘ସମ୍ବାଦ’ ସଂପାଦକ

ପୁରୀ :‌ ‘ଆମ ଓଡ଼ିଶା’ ପକ୍ଷରୁ ପ୍ରସ୍ତୁତ ‘ଆମ ପାଞ୍ଜି’ ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କୁ ସମର୍ପିତ ହୋଇଛି। ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଶ୍ରୀମନ୍ଦିର ନିକଟସ୍ଥ ଦୋଳବେଦିକୁ ଯାଇ ଦୋଳଗୋବିନ୍ଦଙ୍କ ନିକଟରେ ‘ଆମ ପାଞ୍ଜି’ ସମର୍ପଣ କରିଥିଲେ।

ପ‌ରେ ମହାପ୍ରଭୁଙ୍କ ନିକଟ‌ରେ ଏହାକୁ ଲାଗି କରାଯାଇଥିଲା। ଶ୍ରୀମନ୍ଦିର ସିଂହଦ୍ବାରରେ ମଧ୍ୟ ଏହାର ଲୋକାର୍ପଣ କରାଯାଇଥିଲା। ଆମ ପାଞ୍ଜି ଲୋକାର୍ପଣ ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ, ଓଡ଼ିଶାରେ ଏହି ପାଞ୍ଜି ଏବେ ଘରେ ଘରେ ଆଦୃତ ହୋଇପାରିଛି। ‘ସମ୍ବାଦ’-‘ଆମ ଓଡ଼ିଶା’ ପକ୍ଷରୁ ସେବା ମନୋବୃତ୍ତି ରଖି ଏଭଳି ପାଞ୍ଜି ପ୍ରସ୍ତୁତ କରାଯାଇଛି। ଜଣେ ସାଧାରଣ ଲୋକର ଦୈନନ୍ଦିନ ଜୀବନରେ ଯାହା ଆବଶ୍ୟକ ତାହା ଏହି ପାଞ୍ଜିରେ ଉପଲବ୍ଧ। ସୁଲଭ ମୂଲ୍ୟରେ ଓ ସରଳ ଭାଷାରେ ଏହି ପାଞ୍ଜି ପ୍ରସ୍ତୁତ କରାଯାଉଥିବାରୁ ବିଗତ ବର୍ଷମାନଙ୍କରେ ଏହାର ଆଦର ବଢିଛି ବୋଲି କହିଥିଲେ। ଆମ ପାଞ୍ଜି ଲୋକାର୍ପଣ କାର୍ଯ୍ୟକ୍ରମରେ ‘ଆମ ଓଡ଼ିଶା’ ସଂପାଦକ ସ୍ବରାଜ ମିଶ୍ର ଓ ‘ଆମ ଓଡ଼ିଶା’ ସଂପାଦକ (ପ୍ରକାଶନ) ଅସିତ ମହାନ୍ତି ଯୋଗଦେଇ ଗତ ୧୦ ବର୍ଷ ତଳୁ ଆରମ୍ଭ ହୋଇଥିବା ‘ଆମ ଓଡ଼ିଶା’ର ଏହି ପ୍ରୟାସ ଫଳପ୍ରଦ ହୋଇଛି ବୋଲି ମତ ରଖିଥିଲେ। ସରଳ ଭାଷାରେ ପାଞ୍ଜିଟି ପ୍ରସ୍ତୁତ କରାଯାଉଥିବାରୁ ଘରେ ଘରେ ଏହାର ଆଦର ବଢ଼ିଛି । ବ୍ୟବସାୟିକ ଲକ୍ଷ୍ୟ ନ ରଖି ଲୋକଙ୍କ ସେବାରେ ଏହି ପା‌ଞ୍ଜି ପ୍ରସ୍ତୁତ କରାଯାଇଛି। ବଜାର‌ରେ ଅନ୍ୟ ପାଞ୍ଜିର ଦର ଉଚ୍ଚ ଥିବା ବେଳେ ‘ଆମ ପାଞ୍ଜି’ର ମୂଲ୍ୟ ମାତ୍ର ୨୦ ଟଙ୍କା ରଖାଯାଇଛି। ବଡୁ ସୁଆର ନିଯୋଗର ସଂପାଦକ ବିଶ୍ବନାଥ ସ‌ାମନ୍ତରା, ପରିଚାଳନା କମିଟି ସଦସ୍ୟ ତଥା ମ‌ା’ ସୁଭଦ୍ରାଙ୍କ ରଥର ବାଡଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର, ଦଇତା ନିଯୋଗର ସଂପାଦକ ଦୁର୍ଗା ଦାଶମହାପାତ୍ର, ‘ଅଭିନନ୍ଦନିକା’ର ସଂପାଦକ ଶ୍ୟାମପ୍ରକାଶ ସେନାପତି ପ୍ରମୁଖ ଆମ ପାଞ୍ଜି ଲୋକାର୍ପଣ ଉତ୍ସବରେ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe