ସୋନପୁର : ଜିଲ୍ଲାସ୍ତରୀୟ ଅମଲାମାନଙ୍କର ୨୦୧୭ରୁ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହ କମ୍ପ୍ୟୁଟର ହୋଇଛି। ଏଣୁ ସେମାନଙ୍କ ଦରମା ହାର ୧୯୦୦ ଗ୍ରେଡ୍ପେରୁ ୪୨୦୦ ଗ୍ରେଡପେ (ଲେଭେଲ–୯)କୁ ବୃଦ୍ଧି କରିବା ପାଇଁ ରାଜ୍ୟ ଅମଲା ସଂଘ ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଥିଲା। ଦାବି ପୂରଣ ନହେବାରୁ ରାଜ୍ୟ ସଂଘର ନିଷ୍ପତ୍ତିକ୍ରମେ ଜିଲ୍ଲାର ଅମଲାମାନେ ଆଜିଠାରୁ ସମୂହ ଛୁଟିରେ ରହିଛନ୍ତି। ଏଥିସହ ଦାବି ପୂରଣ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅଧ୍ୟକ୍ଷ ଚିତ୍ତରଞ୍ଜନ ତରାସିଆ ଏବଂ ଆବାହକ ଦୀନେଶ ରଞ୍ଜନ ମିଶ୍ରଙ୍କ ନେତୃତ୍ବରେ ଏହି ବିକ୍ଷୋଭ ହୋଇଥିଲା।
ଗ୍ରେଡ୍ପେ ବୃଦ୍ଧି ଦାବିରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ବିକ୍ଷୋଭ
Advertisment
Follow Us