କାମଚଳା ବାଚସ୍ପତି ହେଲେ ଅମର ଶତପଥୀ

Advertisment

୩୦, ୩୧ରେ ଶପଥ ନେବେ ବିଧାୟକ, ୧ରେ ବାଚସ୍ପତି ନିର୍ବାଚନ

୩୦, ୩୧ରେ ଶପଥ ନେବେ ବିଧାୟକ, ୧ରେ ବାଚସ୍ପତି ନିର୍ବାଚନ

କାମଚଳା ବାଚସ୍ପତି ହେଲେ ଅମର ଶତପଥୀ

ଭୁବନେଶ୍ବର : ବଡ଼ଚଣା ବିଧାୟକ ଅମର ଶତପଥୀ ଷୋଡ଼ଶ ବିଧାନସଭାରେ କାମଚଳା ବାଚସ୍ପତି ଭାବେ ଆଜି ଶପଥ ନେଇଛନ୍ତି। ରାଜଭବନରେ ଆୟୋଜିତ ଏକ ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ। ଶ୍ରୀ ଶତପଥୀଙ୍କୁ ବରିଷ୍ଠତା ଭିତ୍ତିରେ ପ୍ରୋଟେମ୍ ବାଚସ୍ପତି କରାଯାଇଛି। ସେ ବଡ଼ଚଣା ବିଧାନସଭା ଆସନରୁ ୧୯୯୦ ମସିହାରୁ ୬ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଗତ ସରକାର ସମୟରେ ସେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ।

ନବନିର୍ବାଚିତ ବିଧାୟକମାନଙ୍କୁ ପ୍ରୋଟେମ୍ ବାଚସ୍ପତି ଭାବେ ଶ୍ରୀ ଶତପଥୀ ବିଧାନସଭାରେ ଶପଥ ପାଠ କରାଇବେ। ଏଥି ପାଇଁ ୩୦ ଓ ୩୧ ତାରିଖ ଦିନ ଧାର୍ଯ୍ୟ କରାଯାଇଛି। ଦୁଇ ଦିନ ସକାଳ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ବିଧାୟକମାନେ ବିଧାନସଭା ଗୃହକୁ ଆସି ଶପଥ ଗ୍ରହଣ କରିବେ।

ଜୁନ୍ ୧ ତାରିଖ ପୂର୍ବାହ୍ନ ୧୧ଟାରେ ବାଚସ୍ପତି ନିର୍ବାଚନ ହେବାକୁ ଦିନ ଧାର୍ଯ୍ୟ କରାଯାଇଛି। ବିଜେଡି ପକ୍ଷରୁ ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ନାମ ବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଯେହେତୁ ବିଜେଡି ସଂଖ୍ୟାଗରିଷ୍ଠ ଅଛି, ତେଣୁ ଶ୍ରୀ ପାତ୍ର ବାଚସ୍ପତି ଭାବେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe