ଯେତେ ଶୀଘ୍ର ଜଣେ ଉପରକୁ ଉଠିବ, ସେତେଶୀଘ୍ର ଖସିବ: ଅମର ଶତପଥୀ

Advertisment
‘ବଡ଼ ବଜେଟ୍, ଅର୍ଥ ଖର୍ଚ୍ଚ ‌ହୋଇପାରୁନି’

Facebook

ଭୁବନେଶ୍ୱର: ବିଜେଡିର ପୂର୍ବତନ ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ବିଜେଡି ଭିତରେ ନେତାଙ୍କ ବିରୋଧ ଥମିବାର ନାମ ନେଉନାହିଁ | ବିଜେଡିର ପରାଜୟ ପରେ ଏବେ ବିଜେଡି ନେତା ଅମର ଶତପଥୀ କହିଛନ୍ତି ଯେ ପାଣ୍ଡିଆନ କେବେ ରାଜନୀତିରେ ନଥିଲେ। ହଠାତ୍ ଉତ୍ଥାନ ହେଲେ ଶୀଘ୍ର ପତନ ମଧ୍ୟ ହୋଇଥାଏ। କ୍ଷମତାରେ ରହି ରାଜନୀତି କରିବା ଓ ବିରୋଧୀ ଦଳରେ ରହିବା ମଧ୍ଯ୍ଯରେ ବହୁତ ଫରକ ଥାଏ। ତେଣୁ ଦଳ ବିରୋଧୀ ଦଳରେ ବସିବାକୁ ଥିବାରୁ ସେ ଏହି ଭଳି ନିଷ୍ପତ୍ତି ନେଇଛନ୍ତି।

ତେବେ ୨୦୨୪ ନିର୍ବାଚନ ପ୍ରକ୍ରିୟାରେ ମୋତେ ପ୍ରତ୍ଯକ୍ଷ ଭାବେ ସାମିଲ କରିନଥିଲା ବିଜେଡି।ଟିକେଟ ବଣ୍ଟନରେ ବ୍ଯାପକ ଅବ୍ଯବସ୍ଥା ସହ ନିର୍ବାଚନ ପରିଚାଳନାରେ ଅନେକ ତ୍ରୁଟି ରହିଥିଲା। ତେଣୁ ଏହି ନିର୍ବାଚନରେ ପରାଜୟ ବରଣ କଲା। ଏହା ସହ ଆଜି ଭୁବନେଶ୍ବରରେ ଅମର ଶତପଥୀ ନିଜ ସମର୍ଥକମାନଙ୍କୁ ନେଇ ଏକ ବୈଠକ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe