କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଅମର ଶତପଥୀ

Advertisment
କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଅମର ଶତପଥୀ

ଭୁବନେଶ୍ୱର: ବଡ଼ଚଣା ବିଧାୟକ ଅମର ଶତପଥୀ ବୁଧବାର ସନ୍ଧ୍ୟାରେ କାମଚଳା ବାଚସ୍ପତି ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନ ପରିସରରେ ଅମର ଶତପଥୀଙ୍କୁ ଶପଥ ପାଠ କରାଇଛନ୍ତି। କାମଚଳା ବାଚସ୍ପତି ଶ୍ରୀ ଶତପଥୀ ନବ ନିର୍ବାଚିତ ବିଧାୟକ ମାନଙ୍କୁ ଶପଥ ପାଠ କରାଇବେ ।

ସୂଚନାଯୋଗ୍ୟ, ଆସନ୍ତା ଜୁନ ପହିଲା ଦିନ ଗୃହରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ନିର୍ବାଚନରେ ନବନିର୍ବାଚିତ ବିଧାୟକ ମାନେ ନିଜର ଭୋଟ ଦେଇ ନୂତନ ବାଚସ୍ପତି ଚୟନ କରିବେ। ସେତେ ଦିନ ପର୍ଯ୍ୟନ୍ତ ଶ୍ରୀ ଶତପଥୀ କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ନିର୍ବାହ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe