ଅମରେନ୍ଦୁ ପ୍ରକାଶ ସେଲ୍‌ର ନୂଆ ଅଧ୍ୟକ୍ଷ

ଅମରେନ୍ଦୁ ପ୍ରକାଶ ସେଲ୍‌ର ନୂଆ ଅଧ୍ୟକ୍ଷ

ରାଉରକେଲା: ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ)ର ଚେୟାରମ୍ୟାନ୍ ଭାବରେ ଅମରେନ୍ଦୁ ପ୍ରକାଶ, ୩୧ ମଇ, ୨0୨୩ ରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଚେୟାରମ୍ୟାନ୍ ଭାବରେ ଦାୟିତ୍ୱ ନେବା ପୂର୍ବରୁ ଶ୍ରୀ ପ୍ରକାଶ ସେଲର ବୋକାରୋ ଷ୍ଟିଲ୍ ପ୍ଲାଣ୍ଟ (ବିଏସ୍ଏଲ୍) ରେ ଭାରପ୍ରାପ୍ତ ନିର୍ଦ୍ଦେଶକ ରୂପରେ କାର୍ଯ୍ୟ କରୁଥିଲେ। ବି.ଆଇ.ଟି ସିନ୍ଧ୍ରି ରୁ ମେଟାଲର୍ଜିରେ ଇଞ୍ଜିନିୟରିଂ ସମାପ୍ତ କରିବା ପରେ ଶ୍ରୀ ପ୍ରକାଶ ୧୯୯୧ ରେ ମ୍ୟାନେଜମେଣ୍ଟ ଟ୍ରେନି (ବୈଷୟିକ) ଭାବରେ ସେଲରେ ଯୋଗ ଦେଇଥିଲେ। ସେଲର ବିଭିନ୍ନ ଷ୍ଟିଲ୍ ପ୍ଲାଣ୍ଟ ଏବଂ ୟୁନିଟ୍ ଗୁଡିକରେ ଭିନ୍ନ ଭିନ୍ନ ଦାୟିତ୍ୱରେ କାର୍ଯ୍ୟ କରିବା ପରେ ଶ୍ରୀ ଅମରେନ୍ଦୁ ପ୍ରକାଶଙ୍କୁ ୨0୨0ରେ ସେଲ ବୋର୍ଡର ନିର୍ଦ୍ଦେଶକ ଭାବରେ ମନୋନୀତ କରାଯାଇ ବୋକାରୋ ଷ୍ଟିଲ୍ ପ୍ଲାଣ୍ଟର ଦାୟିତ୍ୱ ପ୍ରଦାନ କରାଯାଇଥିଲା।

ସେଲ୍‌ର ନୂତନ ଅଧ୍ୟକ୍ଷ ଅମରେନ୍ଦୁ ପ୍ରକାଶ ଜଣେ ସଫଳ ବୈଷୟିକବିତ୍‌। ସେଲରେ ନିଜର ତିନି ଦଶନ୍ଧିରୁ ଅଧିକ ସମୟର କ୍ୟାରିଅରରେ ଶ୍ରୀ ପ୍ରକାଶ କାରଖାନା ସ୍ତରରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରିବା ସହ ସେଲର ମୁଖ୍ୟ କାର୍ଯ୍ୟାଳୟରେ କର୍ପୋରେଟ ସ୍ତରୀୟ କାର୍ଯ୍ୟର ଅନୁଭବ ହାସଲ କରିଥିଲେ ଏବଂ ଖଣି କାର୍ଯ୍ୟ ସହିତ ଏକ ବୃହତ ଇସ୍ପାତ କାରଖାନାର ମଧ୍ୟ ନେତୃତ୍ୱ ନେଇଥିଲେ। ବୋକାରୋ ଷ୍ଟିଲ୍ ପ୍ଲାଣ୍ଟର ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ସେ ପ୍ଲାଣ୍ଟ ସାମୁଦାୟିକଙ୍କୁ ବର୍ଷକୁ ବର୍ଷ ସମସ୍ତ ପ୍ରମୁଖ ପାରାମିଟରରେ ଉଭୟ ପରିମାଣିକ ଏବଂ ଗୁଣାତ୍ମକ ରୂପେ ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ଆଗେଇ ନେଇଛନ୍ତି।

ନିଜର ଉଲ୍ଲେଖନୀୟ ସାଂଗଠନିକ ଦକ୍ଷତା ଓ ରଣନୀତିକ ଯୋଜନା କୌଶଳ ସହ ଶ୍ରୀ ପ୍ରକାଶ ବ୍ୟବସାୟ ପ୍ରକ୍ରିୟା ଏବଂ ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ବୈଷୟିକବିତ ରୂପେ ଜଣେ ଦକ୍ଷ ଲିଡର ଭାବରେ ସେ କମ୍ପାନିର ଡିଜିଟାଇଜେସନ୍ ପ୍ରୟାସରେ ମଧ୍ୟ ନେତୃତ୍ୱ ନେଇଛନ୍ତି। ରାଜସ୍ୱ ମ୍ୟାକ୍ସିମାଇଜିଂ ଦଳର ଜଣେ ପ୍ରମୁଖ ସଦସ୍ୟ ଭାବରେ ସେ କେବଳ ସଂଗଠନ ପାଇଁ ନୁହେଁ ବରଂ ଗ୍ରାହକଙ୍କ ପାଇଁ ସାମଗ୍ରିକ ଉତ୍ପାଦନ ଏବଂ ବିକ୍ରୟ ଯୋଜନା ରଣନୀତି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଜଣେ ଦୂରଦୃଷ୍ଟିସମ୍ପନ୍ନ ତଥା ସକ୍ରିୟ ଲିଡର ରୂପେ ସେ କର୍ମଚାରୀଙ୍କ ସହିତ ବିଭିନ୍ନ ସ୍ତରରେ ଯୋଗସୂତ୍ର ସ୍ଥାପନା କରନ୍ତି ଏବଂ ସେମାନଙ୍କୁ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଉତ୍କର୍ଷତା ହାସଲ କରିବାକୁ ଉତ୍ସାହିତ କରନ୍ତି। ବ୍ୟାପକ ରୂପେ ବିଦେଶ ଭ୍ରମଣ କରିଥିବା ଶ୍ରୀ ପ୍ରକାଶ ଜଣେ ଜଣାଶୁଣା ବୈଷୟିକବିତ ହେବା ସହ ଇସ୍ପାତ ଏବଂ ଖଣି ଶିଳ୍ପ ସମ୍ପର୍କ ରେ ବିପୁଳ ଜ୍ଞାନର ମଧ୍ୟ ଅଧିକାରୀ ଅଟନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe