ଅମରେଶ ବିଶ୍ୱାଳ ପାଇବେ ‘କହ୍ନେଇ କଥା ପୁରସ୍କାର’

Advertisment
ଅମରେଶ ବିଶ୍ୱାଳ ପାଇବେ ‘କହ୍ନେଇ କଥା ପୁରସ୍କାର’

ବାଲେଶ୍ୱର : ଓଡ଼ିଆ କଥା ସାହିତ୍ୟର ପ୍ରଚଣ୍ଡ ପ୍ରତିଭାଧର ଗାଳ୍ପିକ ସ୍ବର୍ଗତ କହ୍ନେଇଲାଲ୍ ଦାସଙ୍କ ସ୍ମୃତିରେ ପ୍ରଦତ୍ତ ‘କହ୍ନେଇ କଥା ପୁରସ୍କାର’ ଚଳିତ ବର୍ଷ ଯୁବ ଗାଳ୍ପିକ ଅମରେଶ ବିଶ୍ୱାଳ ପାଇବେ। ଆସନ୍ତା ଜୁନ୍ ୨୭ ତାରିଖରେ ବାଲେଶ୍ବରରେ ହେବାକୁ ଥିବା କହ୍ନେଇଲାଲ ଦାସଙ୍କ ୭୨ତମ ଜୟନ୍ତୀ ସମାରୋହ‌େର ଏହି ପୁରସ୍କାର ପ୍ରଦାନ କରାଯିବ।

କହ୍ନେଇଲାଲ୍ ଦାସ ସ୍ମୃତି ସଂସଦ ପକ୍ଷରୁ ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ କବି ଚନ୍ଦ୍ର କୁମାର ମହାନ୍ତିଙ୍କ ବାସଭବନ ‘ସଙ୍କେତ’ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବା ସହ ସମାରୋହ ସମ୍ପର୍କରେ ଆଲୋଚନା କରାଯାଇଥିଲା। କବି ଶ୍ରୀଦେବ ଓ ଗୌତମବୁଦ୍ଧ ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ସଂସଦର ସଭାପତି ଡ. ସୁବାସ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରି ପ୍ରଖ୍ୟାତ ଲେଖକ ତଥା ଅଭିନେତା ଗିରୀଶ କନ୍ନଡ଼ଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ସଂସଦର ସମ୍ପାଦକ ଉତ୍ପଳ ମହାନ୍ତି କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ। ସଂସଦର କାର୍ଯ୍ୟକାରୀ ସଭାପତି କୃଷ୍ଣ କୁମାର ମହାନ୍ତି ପୁରସ୍କାର ପାଇଁ ସମ୍ଭାବ୍ୟ ନାମ ତାଲିକା ପ୍ରକାଶ କରିଥିଲେ। ଅମରେଶ ବିଶ୍ୱାଳଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe