ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରଫେସର୍‌ ଅମରେଶ୍ବର ମିଶ୍ରଙ୍କ ପରଲୋକ

Advertisment
ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରଫେସର୍‌ ଅମରେଶ୍ବର ମିଶ୍ରଙ୍କ ପରଲୋକ

ଭୁବନେଶ୍ବର: ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରଫେସର୍‌ ତଥା ବିଶିଷ୍ଟ ରାଜ‌‌ନୈତିକ ବିଶାରଦ ଅମରେଶ୍ବର ମିଶ୍ରଙ୍କ ଆଜି ରାତି ୧୦ଟାରେ ପରଲୋକ ଘଟିଛି। ତାଙ୍କୁ ୭୪ ବର୍ଷ ହୋଇଥିଲା। ନାଗେଶ୍ବରୀଟାଙ୍ଗୀ ହାଉସିଂବୋର୍ଡ କଲୋନିସ୍ଥିତ ତାଙ୍କ ବାସଭବନରେ ଆଜି ସେ ଶୋଇବାକୁ ଯାଉଥିବା ବେଳେ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଥିଲା। ମୃତ୍ୟୁଶଯ୍ୟା ନିକଟରେ ସ୍ତ୍ରୀ ସୁପର୍ଣ୍ଣା ପତି, ଦୁଇ ଝିଅ ଦିପ୍‌ସା, ଲିପ୍‌ସା ଓ ଦୁଇ ଜ୍ବାଇଁ ହିମାଂଶୁ ମହାପାତ୍ର ଓ ଡା. ବିଜୟ ମିଶ୍ର ଉପସ୍ଥିତ ଥିଲେ।

୧୯୪୮ ମସିହାରେ ତାଳଚେରରେ ଜନ୍ମିତ ଅମରେଶ୍ବର ଉତ୍କଳ ବିଶ୍ବବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ପଦରୁ ଅବସର ନେଇଥିଲେ। ସେ ରାଜନୀତି ବିଜ୍ଞାନର ଅନେକ ଉପଯୋଗୀ ପୁସ୍ତକ ରଚନା କରିଛନ୍ତି। ଅବସର ପରେ ଅଧିକାଂଶ ସମୟରେ ବିଭିନ୍ନ ଗଣମାଧ୍ୟମରେ ରାଜନୈତିକ ‌ଆଲୋଚନାରେ ଭାଗ ନେଉଥିଲେ। ଏଥିସହ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗକୁ ନେଇ ନିୟମିତ ସ୍ତମ୍ଭ ‌ଲେଖୁଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଶୁଭେଚ୍ଛୁ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe