ଅମରଙ୍କ ବିସ୍ଫୋରକ ମନ୍ତବ୍ୟ: ମତେ ନ ପଚାରି ସେମାନଙ୍କୁ ପଚାର

ବି‌ଜେଡ଼ିର ବରିଷ୍ଠ ନେତା ଅମର ଶତପଥି ବିସ୍ଫୋରକ ମନ୍ତବ୍ୟ ପ୍ରଦାନ କରିଛନ୍ତି। ଯାଜପୁରରେ ଦଳ ପକ୍ଷରୁ ହୋଇଥିବା ସଭ୍ୟ ସଂଗ୍ରହ ଅଭିଯାନରେ ସେ ଅନୁପସ୍ଥିତ ଥିଲେ। ଏନେଇ ତାଙ୍କୁ ଗଣମାଧ୍ୟମ ପକ୍ଷରୁ ପଚରା ଯାଇଥିଲା। ସେ କହିଥିଲେ ମୁଁ କିଛିଦିନ ହେବ ଏଭଳି କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖୁଛି...

10aapzx1234

ଭୁବନେଶ୍ବର: ବି‌ଜେଡ଼ିର ବରିଷ୍ଠ ନେତା ଅମର ପ୍ରସାଦ ଶତପଥି ବିସ୍ଫୋରକ ମନ୍ତବ୍ୟ ପ୍ରଦାନ କରିଛନ୍ତି। ଯାଜପୁରରେ ଦଳ ପକ୍ଷରୁ ହୋଇଥିବା ସଭ୍ୟ ସଂଗ୍ରହ ଅଭିଯାନରେ ସେ ଅନୁପସ୍ଥିତ ଥିଲେ। ଏନେଇ ତାଙ୍କୁ ଗଣମାଧ୍ୟମ ପକ୍ଷରୁ ପଚରା ଯାଇଥିଲା। ସେ କହିଥିଲେ ମୁଁ କିଛିଦିନ ହେବ ଏଭଳି କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖୁଛି।

ଦଳରେ ତାଙ୍କୁ ଗୁରୁତ୍ବ ପ୍ରଦାନ କରାଯାଉ ନାହିଁକି ଅବା ଅନ୍ୟାୟ କରାଯାଉଛି ବୋଲି ପ୍ରଶ୍ନରେ ସେ କହିଛନ୍ତି ଯେ, ଏ ବିଷୟରେ ମତେ ନ ପଚାରି ସେମାନଙ୍କୁ ପଚାରନ୍ତୁ।

ଦଳର ଯେଉଁମାନେ କର୍ମକର୍ତ୍ତା ସେମାନେ ଏ ବିଷୟରେ କହିପାରିବେ ବୋଲି ଅମର କହିଛନ୍ତି।  ଅମରଙ୍କ ଏଭଳି ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି ଯେ, ବିଜେଡ଼ିରେ ସବୁକିଛି ଠିକ୍ ଚାଲିନାହିଁ। ଦଳରେ ଗୋଷ୍ଠୀ ବିବାଦ ରହିଛି ‌ବୋଲି ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। 

ସୂଚନାଯୋଗ୍ୟ, ଅମର ଯାଜପୁରରେ ଦଳର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ କାହିଁକି ଉପସ୍ଥିତ ନ ଥିଲେ ସେ ନେଇ କିଛି ଦିନ ହେବ ରାଜ‌ନୈତିକ ମହଲରେ ନାନା କଳ୍ପନାଜଳ୍ପନା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe