ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗର ବିଚିତ୍ର ନୀତି, ସ୍କୁଲ ନଥିବା ଜାଗାକୁ ଶିକ୍ଷକଙ୍କ ବଦଳି

Advertisment

ଅନେକ ଶିକ୍ଷକଙ୍କ ବଦଳି ଆଦେଶରେ ସ୍କୁଲ୍‌ର ନାଁ ନାହିଁ

ଅନେକ ଶିକ୍ଷକଙ୍କ ବଦଳି ଆଦେଶରେ ସ୍କୁଲ୍‌ର ନାଁ ନାହିଁ

ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗର ବିଚିତ୍ର ନୀତି, ସ୍କୁଲ ନଥିବା ଜାଗାକୁ ଶିକ୍ଷକଙ୍କ ବଦଳି

OdishaTV

କଣ୍ଟାମାଳ: କଣ୍ଟାମାଳ ବ୍ଲକରେ ଶିକ୍ଷକ ବଦଳି କ୍ଷେତ୍ରରେ ବାରମ୍ବାର ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ସେଥି ମଧ୍ୟରୁ ଗତ ୨୮ ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀ ଦେଇଥିବା ବଦଳି ଆଦେଶରେ ହୋଇଥିବା ଅନେକ ତ୍ରୁଟି ମଧ୍ୟରୁ ଏକ ସାଂଘାତିକ ତ୍ରୁଟି ହେଉଛି ସ୍କୁଲ୍ ନଥିବା ସ୍ଥାନକୁ ଜଣେ ଶିକ୍ଷକଙ୍କୁ ବଦଳି କରାଯିବା। ମିଳିଥିବା ସୂଚନାନୁଯାୟୀ କଣ୍ଟାମାଳ ବ୍ଲକ ମହିବିଲା ପ୍ରାଥମିକ ବିଦ୍ୟାଳୟର ଜଣେ ସହକାରୀ ଶିକ୍ଷକଙ୍କ ବଦଳି ବରଗୋଛା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ କରାଯାଇଛି। ହେଲେ ବରଗୋଛାରେ ଗଣଶିକ୍ଷା ବିଭାଗର ସେଭଳି କୌଣସି ବିଦ୍ୟାଳୟ ନାହିଁ। ଏହି କଥାକୁ ନେଇ ବର୍ତ୍ତମାନ ପ୍ରଶାସନ ଲୋକହସା ହେଉଥିବା ବେଳେ ବଦଳି ଆଦେଶ ପ୍ରତି ଆଙ୍ଗୁଳି ଉଠିଛି।

ସେହିପରି ଅନେକ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଗୋଟିଏ ବ୍ଲକରୁ ଅନ୍ୟ ବ୍ଲକକୁ ବଦଳି ହୋଇଥିବା ଆଦେଶରେ ସେ କେଉଁ ବିଦ୍ୟାଳୟକୁ ବଦଳି ହୋଇଛନ୍ତି ଲେଖା ହୋଇନାହିଁ। କେବଳ ବ୍ଲକ୍ ନାମ ଲେଖି ବଦଳି ଆଦେଶ କରାଯାଇଛି। ଆହୁରି ସାଂଘାତିକ ତ୍ରୁଟି ହେଉଛି ପ୍ରଧାନ ଶିକ୍ଷକ ଭାବରେ ପ୍ରାଥମିକ ବିଦ୍ୟାଳୟକୁ ପଦୋନ୍ନତି ହୋଇ କାର୍ଯ୍ୟ କରୁଥିବା ଶିକ୍ଷକଙ୍କୁ ସହକାରୀ ଶିକ୍ଷକ ଭାବେ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ପ୍ରାଥମିକ ବିଦ୍ୟାଳୟମାନଙ୍କୁ ବଦଳି କରାଯାଇଛି। କାହା ସ୍ୱାର୍ଥରେ ଓ ଚାପରେ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳ ଏଭଳି ତ୍ରୁଟିପୂର୍ଣ୍ଣ  ବଦଳି ଆଦେଶ ଦେଲେ ଓ ଅନୁମୋଦନ କଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀ ଡ. ଉଦୟନାଥ ମାଝୀଙ୍କୁ ପଚାରିବାରୁ ‘ଏ ବିଷୟରେ ତଦନ୍ତ କଲେ ଜଣାପଡ଼ିବ’ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe