ଆମ୍ବଟାକୁଆ ଖାଇବା ଘଟଣା: ବିଗୁଡ଼ୁଛି ୨ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା

Advertisment

ଆମ୍ବଟାକୁଆ ଖାଇ ସଙ୍କଟାପନ୍ନ ଅବସ୍ଥାରେ ଏସ୍‌ସିବିରେ ଚିକିତ୍ସିତ ହେଉଥିବା କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କା ଗାଁର ଟୁନି ମାଝୀ ଓ ଗୀତା ମାଝୀଙ୍କ ଏକାଧିକ ଅଙ୍ଗ ଅଚଳ ହୋଇଛି। ସେମାନଙ୍କ କିଡ୍‌ନି ନଷ୍ଟ ହୋଇଯାଇଥିବାରୁ ଡାଏଲିସିସ୍‌ ମଧ୍ୟ ଆରମ୍ଭ ହୋଇଛି।

ଆମ୍ବଟାକୁଆ ଖାଇ ସଙ୍କଟାପନ୍ନ ଅବସ୍ଥାରେ ଏସ୍‌ସିବିରେ ଚିକିତ୍ସିତ ହେଉଥିବା କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କା ଗାଁର ଟୁନି ମାଝୀ ଓ ଗୀତା ମାଝୀଙ୍କ ଏକାଧିକ ଅଙ୍ଗ ଅଚଳ ହୋଇଛି। ସେମାନଙ୍କ କିଡ୍‌ନି ନଷ୍ଟ ହୋଇଯାଇଥିବାରୁ ଡାଏଲିସିସ୍‌ ମଧ୍ୟ ଆରମ୍ଭ ହୋଇଛି।

khfhkfhfk

କଟକ: ଆମ୍ବଟାକୁଆ ଖାଇ ସଙ୍କଟାପନ୍ନ ଅବସ୍ଥାରେ ଏସ୍‌ସିବିରେ ଚିକିତ୍ସିତ ହେଉଥିବା କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କା ଗାଁର ଟୁନି ମାଝୀ ଓ ଗୀତା ମାଝୀଙ୍କ ଏକାଧିକ ଅଙ୍ଗ ଅଚଳ ହୋଇଛି। ସେମାନଙ୍କ କିଡ୍‌ନି ନଷ୍ଟ ହୋଇଯାଇଥିବାରୁ ଡାଏଲିସିସ୍‌ ମଧ୍ୟ ଆରମ୍ଭ ହୋଇଛି। ବିଷକ୍ରିୟାର ପ୍ରଭାବରୁ ସେମାନଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଜଟିଳ ହେବାରେ ଲାଗିବା ସହ ତାଙ୍କର ଛାତିରେ ମଧ୍ୟ ପାଣି ଜମିଛି। ଠିକ୍‌ଭାବରେ ମସ୍ତିଷ୍କ ମଧ୍ୟ କାମ କରୁନି ବୋଲି ଚିକିତ୍ସା କରୁଥିବା ବରିଷ୍ଠ ଭେଷଜ ବିଶେଷଜ୍ଞ ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି। ବିଷକ୍ରିୟାର କାରଣ ଖୋଜିବା ପାଇଁ ଆଜି ଉଭୟଙ୍କ ରକ୍ତ ଓ ପରିସ୍ରା ନମୁନାକୁ ଟକ୍ସିନ୍‌ ଆନାଲିସିସ୍‌ ପାଇଁ ପୁଣେସ୍ଥିତ ପ୍ରତିଷ୍ଠାନକୁ ପଠାଯାଇଛି। ସେମାନଙ୍କ ଶରୀରରେ ବିଷକ୍ରିୟାର କେଉଁ ପ୍ରକାର ପ୍ରଭାବ ଓ କେଉଁ ପ୍ରକାର ବିଷ ରହିଛି ଅନୁଧ୍ୟାନ କରାଯିବ। ରିପୋର୍ଟ ଆସିବା ପରେ ଏନେଇ ସ୍ପଷ୍ଟ ହେବ ବୋଲି ଡାକ୍ତର ପଣ୍ଡା ସୂଚନା ଦେଇଛନ୍ତି। ଏସ୍‌ସିବିର ମେଡିସିନ୍, ହେପାଟୋଲୋଜି ଓ କ୍ରିଟିକାଲ କେୟାର ବିଭାଗର ମିଳିତ ଡାକ୍ତରୀ ଦଳ ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି।

ଆଜି ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏସ୍‌ସିବି ଆସି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ସହିତ ଆଲୋଚନା କରିଥିଲେ। ଏଥିସହ ବିଜୁ ଜନତା ଦଳର ଏକ ପ୍ରତନିଧିମଣ୍ଡଳୀ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ବରିଷ୍ଠ ବିଜେଡି ନେତା ଡକ୍ଟର ରଞ୍ଜନ ବିଶ୍ବାଳ ପ୍ରମୁଖ ଏସ୍‌ସିବିରେ ପହଞ୍ଚି ଦୁଇ ଗୁରୁତରଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ସହ ଯେଉଁ ଭଳି ଉତ୍ତମ ସ୍ୱାସ୍ଥ୍ୟସେବା ମିଳିବ ସେ ସଂପର୍କରେ ଆଲୋଚନା କରିଥିଲେ। ଏଭଳି ଘଟଣା ରାଜ୍ୟ ପାଇଁ ଲଜ୍ଜାଜନକ। ଆମ୍ବଟାକୁଆ ଘଟଣା ଅଶୀ ଓ ନବେ ଦଶକରେ ଚର୍ଚ୍ଚାରେ ରହୁଥିଲା। ସେହି ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟ ଦେଖିବାକୁ ଆସିଥିଲେ। ଏବେ ପୁଣି ଘଟଣାର ପୁନରାବୃତ୍ତି ଘଟିଛି। ଏଭଳି ଏକ ସ୍ପର୍ଶକାତର ଘଟଣାକୁ ସରକାର ଅତି ହାଲୁକା ଭାବେ ନେଇଛନ୍ତି। ଆମ୍ବୁଟାକୁଆ ଖାଇ ୨ଜଣଙ୍କର ମୃତ୍ୟୁ ଘଟଣାର କାରଣ ଖୋଜା ହେଉନି। ଏଯାଏଁ ଟାସ୍କଫୋର୍ସ ଗଠନ ହୋଇନି। ଏହା ଏକ ପାରମ୍ପରିକ ଖାଦ୍ୟ କହି ଖସିଯିବାକୁ ବସିଛନ୍ତି। ବିଜେଡି ସରକାର ସମୟରେ ଟଙ୍କାକିଆ ଚାଉଳ ଯୋଜନା ଓ ୨୦୧୩ରେ କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିଥିବାବେଳେ ରାଜ୍ୟ ସରକାର ମଧ୍ୟ ନିଜର ସ୍ବତନ୍ତ୍ର ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିଥିଲେ। ଯାହାଫଳରେ ରାଜ୍ୟରେ ଖାଦ୍ୟାଭାବ ଓ ଅପପୁଷ୍ଟିଜନିତ ମୃତ୍ୟୁ ଦେଖିବାକୁ ମିଳି ନଥିଲା ବୋଲି ବିଜେଡି ପ୍ରତିନିଧି ଦଳ କହିଛନ୍ତି। 

ଏକାଧିକ ଅଙ୍ଗ ଅଚଳ, ନମୁନା ପରୀକ୍ଷା ପାଇଁ ପୁଣେ ଗଲା

ରାଜ୍ୟ ପାଇଁ ଲଜ୍ଜା: ବିଜେଡି ପ୍ରତିନିଧି ଦଳ
ଏବେ ରାଜନୀତିର ସମୟ ନୁହେଁ: ସ୍ବାସ୍ଥ୍ୟମନ୍ତ୍ରୀ

ଅନ୍ୟପଟେ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି ଯେ ଏବେ ରାଜନୀତି କରିବାର ସମୟ ନୁହେଁ। କିପରି ଅସୁସ୍ଥମାନଙ୍କୁ ସୁସ୍ଥକରି ଘରକୁ ପଠାଯିବ ତା’ ଉପରେ ପ୍ରାଥମିକତା ଦିଆଯାଉଛି। ଉଭୟ ଅସୁସ୍ଥଙ୍କ ଅବସ୍ଥା ଗୁରୁତର ରହିଛି। ଏସ୍‌ସିବି ଡାକ୍ତରୀ ଟିମ୍‌ଙ୍କ ସହିତ ଚିକିତ୍ସା ସଂପର୍କ‌ରେ ଆଲୋଚନା କରାଯାଇଛି। କିପରି ଉତ୍ତମ ସ୍ବାସ୍ଥ୍ୟସେବା ମିଳିପାରିବ ସେ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି। ସ୍ବତନ୍ତ୍ର ଡାକ୍ତରୀ ଟିମ୍ ପୀଡ଼ିତଙ୍କ ଚିକିତ୍ସା କରୁଛନ୍ତି।  ଆଗକୁ ଆମ୍ବଟାକୁଆ ନ ଖାଇବା ପାଇଁ ଲୋକଙ୍କୁ ସଚେତନ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। 

ବିଜେଡି ଟିମ୍‌ରେ ଅନ୍ୟମାନଙ୍କ ମଧ୍ୟରେ ଜ୍ଞାନେନ୍ଦ୍ର ଗିରି ଗୋସ୍ୱାମୀ, ଜଗତଜ୍ୟୋତି ପଟ୍ଟନାୟକ, ସୌମ୍ୟଦୀପ ଘୋଷ, ସ୍ମୃତି ରଞ୍ଜନ ନାୟକ, ସନ୍ତୋଷ ମହାପାତ୍ର, ଆସିଫ ଅମିନ, ସମ୍ବିତ ବେହେରା, ଶୋଭନ ମହାନ୍ତି, ତନ୍ମୟା ରାୟ, ଅଶୋକ ମିଶ୍ର, ଅଚ୍ୟୁତ ଘୋଷ, ବିଶ୍ୱଭୂଷଣ ପାଣି, ରାକେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏସ୍‌ସିବିର ବରିଷ୍ଠ ଭେଷଜ ବିଶେଷଜ୍ଞ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା, କୁଳସଚିବ ଡକ୍ଟର ଅବିନାଶ ରାଉତଙ୍କ ସହିତ ବିଜେଡି ପ୍ରତିନିଧି ଦଳ ଆଲୋଚନା କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe