୧୦୮ ଆମ୍ବୁଲାନ୍ସ ଧକ୍କାରେ ୩ ଆହତ   

Advertisment
୧୦୮ ଆମ୍ବୁଲାନ୍ସ ଧକ୍କାରେ ୩ ଆହତ   

Freepik

ସମ୍ବଲପୁର: ମଦ ପିଇ ଗାଡ଼ି ଚାଳନା ଉପରେ ପୁଲିସ୍‌ କଡ଼ା ଆଭିମୁଖ୍ୟ ପୋଷଣ କରିବା ସମସ୍ତେ ଦେଖୁଥିବା। ମଦ ପିଇ ଗାଡ଼ି ଚାଳନା ଦ୍ଵାରା ଆମ ଦେଶରେ ସବୁଠାରୁ ଅଧିକ ଦୁର୍ଘଟଣା ଘଟୁଥିବାରୁ ଏହାକୁ ରୋକିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ତେବେ ଦୁର୍ଘଟଣା ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବା ଆମ୍ବୁଲାନ୍ସ ଚାଳକ ମଦ ପିଇ ଦୁର୍ଘଟଣା ଘଟାଇବା ସମ୍ବଲପୁରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଜଣେ କଲେଜ ଛାତ୍ରୀ ଓ ଏକ ଦମ୍ପତିଙ୍କୁ ଧକ୍କା ଦେଇଥିଲା ଉକ୍ତ ଆମ୍ବୁଲାନ୍ସ। ମଦ ପିଇ ଗାଡ଼ି ଚାଳନା କରୁଥିବା ଜଣାପଡିବା ପରେ ପୁଲିସ୍‌ ଆମ୍ବୁଲାନ୍ସ ଚାଳକକୁ ଗିରଫ କରିଛି। ଶନିବାର ତାକୁ କୋର୍ଟ ଚାଲାଣ କରାଯିବ।

ସୂଚନା ଅନୁଯାୟୀ, ୧୦୮ ଆମ୍ବୁଲାନ୍ସଟି ଯୁଯୁମୁରା ଅଞ୍ଚଳରୁ ରୋଗୀ ଧରି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆସୁଥିଲା। ଆମ୍ବୁଲାନ୍ସଟି କମିସନର୍ସ କଲୋନି ପଡ଼ିଆ ସମ୍ମୁଖରେ ସ୍କୁଟିରେ ଯାଉଥିବା ଜଣେ କଲେଜ ଛାତ୍ରୀଙ୍କୁ ଧକ୍କା ଦେଇ ଥିବା ବେଳେ ଜେଲ୍ ଛକ ନିକଟରେ ଆଉ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ଛାତ୍ରୀଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି। ପୁଲିସ ଆମ୍ବୁଲାନ୍ସ ଚାଳକକୁ ନେଇ ଯାଞ୍ଚ କରିବାରୁ ସେ ମଦ ପିଇଥିବା ଜଣା ପଡ଼ିଥିଲା। ତା’ ପରେ ପୁଲିସ ଚାଳକକୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe