ଅନ୍ୟ ରାଜ୍ୟରୁ ଆମ୍ବୁଲାନ୍ସରେ ଫେରୁଛନ୍ତି ଲୋକେ, ରାଜଘାଟ ଚେକ୍‌ପୋଷ୍ଟରେ ଧରାପଡ଼ିଲା ଶତାଧିକ ଗାଡ଼ି

Advertisment

କଟକଣା ସତ୍ତ୍ବେ ଆନ୍ଧ୍ର, ଛତିଶଗଡ଼, ପଶ୍ଚିମବଙ୍ଗରୁ ଗାଡ଼ି ଆସିଲା କେମିତି?

କଟକଣା ସତ୍ତ୍ବେ ଆନ୍ଧ୍ର, ଛତିଶଗଡ଼, ପଶ୍ଚିମବଙ୍ଗରୁ ଗାଡ଼ି ଆସିଲା କେମିତି?

ଅନ୍ୟ ରାଜ୍ୟରୁ ଆମ୍ବୁଲାନ୍ସରେ ଫେରୁଛନ୍ତି ଲୋକେ, ରାଜଘାଟ ଚେକ୍‌ପୋଷ୍ଟରେ ଧରାପଡ଼ିଲା ଶତାଧିକ ଗାଡ଼ି

ଜଳେଶ୍ବର : ସୁବର୍ଣ୍ଣରେଖା ସେତୁ ନିକଟ ରାଜଘାଟଠାରେ ଜିଲ୍ଲା ପୁଲିସ ଦ୍ବାରା ଖୋଲା ଯାଇଥିବା ଏକ ଚେକ୍‌ ପୋଷ୍ଟ ନିକଟରେ ଆଜି ପୂର୍ବାହ୍ନରେ ଶତାଧିକ ଗାଡ଼ି ଅଟକିଥିବା ଦେଖିବାକୁ ମିଳିଥିଲା। ଲକ୍ଷ୍ମଣନାଥ ଅନ୍ତଃରାଜ୍ୟ ତନଖି ଫାଟକରେ କଡ଼ା ଯାଞ୍ଚ ପ୍ରକ୍ରିୟା ଚାଲୁଥିବା ବେଳେ ଶତାଧିକ ଗାଡ଼ି ପଶ୍ଚିମବଙ୍ଗରୁ ଆସି ରାଜଘାଟରେ ପହଞ୍ଚିଲା। ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ ଅଧିକାଂଶ ଆମ୍ବୁଲାନ୍ସରେ ରୋଗୀ ବଦଳରେ ଯାତ୍ରୀ ବୁହା ଚାଲିଛି। ଧରାପଡ଼ିଥିବା ଅଧିକାଂଶ ଗାଡ଼ି ମଧ୍ୟରୁ କେରଳ, ଛତିଶଗଡ଼, କର୍ଣ୍ଣାଟକ, ତାମିଲନାଡୁ, ମଧ୍ୟପ୍ରଦେଶ ଅଞ୍ଚଳର ବହୁ ଆମ୍ବୁଲାନ୍ସ ରହିଛି।

ଏହି ଗାଡ଼ିଗୁଡ଼ିକ କିପରି ଲକ୍ଷ୍ମଣନାଥ ଗେଟ୍ ଅତିକ୍ରମ କଲେ ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଲକ୍ଷ୍ମଣନାଥରେ ଏସବୁ ଗାଡ଼ିକୁ ଯାଞ୍ଚ କରାଯାଇଛି କି ନାହିଁ, ଯଦି କରାଯାଇଛି ତେବେ କେଉଁ କାଗଜପତ୍ର ବଳରେ ଗାଡ଼ିଗୁଡ଼ିକ ସେଠାରୁ ଛଡ଼ାଯାଇଥିଲା। ଏହାକୁ ନେଇ ତନାଘନା ଚାଲିଛି। କେବଳ ପଶ୍ଚିମବଙ୍ଗ ପଟୁ ନୁହେଁ ବାଲେଶ୍ବର ପଟୁ ମଧ୍ୟ ଅନୁରୂପ ଭାବେ ଶତାଧିକ ଗାଡ଼ି ଏଠାରେ ଯାଞ୍ଚ ବେଳେ ଅଟକ ରଖାଯାଇଥିଲା। ଆମ୍ବୁଲାନ୍ସ ଗାଡ଼ିଗୁଡ଼ିକ ମଧ୍ୟରୁ ଅଧିକାଂଶ ଗାଡ଼ିରେ ରୋଗୀ ପରିବର୍ତ୍ତେ ଯାତ୍ରୀ ଯାଉଥିବା ଦେଖା ଯାଇଥିଲା। ‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌ଏପରିକି ଗାଡ଼ିଗୁଡିକରେ ଯାତ୍ରୀ ଯାଉଥିଲେ ମଧ୍ୟ ରୋଗୀ ଯାଉଛି ବୋଲି କେତେକ ଗାଡ଼ିକୁ ପାସ୍‌ ଦିଆଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ ବରିଷ୍ଠ ପଦାଧିକାରୀ ରାଜଘାଟରେ ପହଞ୍ଚି ପଶ୍ଚିମବଙ୍ଗ ପଟୁ ଆସିଥିବା ଗାଡ଼ିଗୁଡ଼ିକୁ ଲକ୍ଷ୍ମଣନାଥକୁ ଫେରାଇ ଦେବା ସହ ଧରପଗଡ଼କୁ ଜୋରଦାର କରିଥିଲେ। ଜରୁରୀ ରୋଗୀ ନେଉଥିବା ଗାଡ଼ିକୁ ଛାଡ଼ି ଦିଆଯାଇଥିବା ବେଳେ ଅନ୍ୟଗୁଡ଼ିକ ଏବେ ବି ଅଟକ ରହିଛି। ତେବେ ଲକ୍‌ଡାଉନ୍ କଟକଣା ସତ୍ତ୍ବେ ଆନ୍ଧ୍ର, ଛତିଶଗଡ଼, ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟରୁ ଓଡ଼ିଶା ସୀମା ଭିତରକୁ ଗାଡ଼ି ଆସୁଛି କିପରି ତାହା ଏବେ ସାଧାରଣରେ ଆଲୋଚନାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe