Wallpaper Flare
ମୋହନା : ଗଜପତି ଜିଲ୍ଲା ମୋହନା ରଙ୍ଗମାଟିଆ ସାହିରେ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ଜଣେ ପ୍ରସୂତି ଅଧା ରାସ୍ତାରେ ଅଟୋ ମଧ୍ୟରେ ହିଁ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ପରେ ପରିବାର ଲୋକେ ଚିକିତ୍ସା ପାଇଁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବା ଜଣାପଡ଼ିଛି।
ଏହି ପ୍ରସୂତି ହେଉଛନ୍ତି, ଅନିତା ନାୟକ। ଅନିତାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆଶା ଦିଦି ଓ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ହେଲେ, ଘଟଣାସ୍ଥଳ ଆମ୍ବୁଲାନ୍ସ ପହଁଚି ନଥିଲା। ପ୍ରସବ ଯନ୍ତ୍ରଣା ଅସହ୍ୟ ହେବାରୁ ପରିବାର ଲୋକେ ତୁରନ୍ତ ଅଟୋ ଯୋଗେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବାବାଟରେ ହିଁ ଶିଶୁପୁତ୍ର ଜନ୍ମଲାଭ କରିଥିଲା।
Follow Us