Vecteezy
ମୋହନା : ଗଜପତି ଜିଳ୍ଲା ମୋହନା ରଙ୍ଗମାଟିଆ ସାହିରେ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ଜଣେ ପ୍ରସୁତିଙ୍କ ରାସ୍ତାରେ ପ୍ରସବ ହୋଇଥିବା ଭଳି ଘଟଣା ନଜରକୁ ଆସିଛି। ଅନିତା ନାୟକଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆଶା ଦିଦି ଓ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଘଟଣାସ୍ଥଳ ଆମ୍ବୁଲାନ୍ସ ପହଁଚି ନଥିଲା।
ପ୍ରସବ ଯନ୍ତ୍ରଣା ଅସହ୍ୟ ହେବାରୁ ପରିବାର ଲୋକେ ତୁରନ୍ତ ଅଟୋ ଯୋଗେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ବେଳେ ଅଧା ରାସ୍ତାରେ ଅଟୋ ମଧ୍ୟରେ ହିଁ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ପରେ ପରିବାର ଲୋକେ ଚିକିତ୍ସା ପାଇଁ ସେହି ଅଟୋ ଯୋଗେ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବା ଜଣାପଡ଼ିଛି।
Follow Us