ରାସ୍ତା ନଥିବାରୁ ୨୮ ଗାଁକୁ ଯାଉନି ଆମ୍ବୁଲାନ୍ସ

Advertisment
ରାସ୍ତା ନଥିବାରୁ ୨୮ ଗାଁକୁ ଯାଉନି ଆମ୍ବୁଲାନ୍ସ

Jagran

ଦେବଗଡ଼ : ଦେବଗଡ଼ ଜିଲ୍ଲାର ବିଭିନ୍ନ ଗ୍ରାମରେ ଭଲ ରାସ୍ତା ନ ଥିବାରୁ ଆଜି ବି ପ୍ରସବ ମହିଳାଙ୍କୁ ଖଟିଆରେ ବୁହା ହେବା ଓ ରୋଗୀଙ୍କୁ ଆମ୍ବୁଲାନ୍ସ କର୍ମଚାରୀ ଷ୍ଟ୍ରେଚର ବୋହି ଆମ୍ବୁଲାନ୍ସରେ ପାଖକୁ ଆଣିବା ଘଟଣା ବହୁ ସମୟରେ ଦେଖିବାକୁ ମିଳୁଛି।

ଇତିମଧ୍ୟରେ ଦେବଗଡ଼ ଜିଲ୍ଲା ଗଠନକୁ ୨୮ ବର୍ଷ ବିତି ଗଲାଣି। ଆଜି ବି ଜିଲ୍ଲାରେ ୨୮ଟି ଗ୍ରାମକୁ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ସେବା ପହଞ୍ଚି ପାରୁନି। ବାରକୋଟ ବ୍ଲକ୍‌ର ସର୍ବାଧିକ ୧୨ଟି ଗ୍ରାମ, ତିଲେଇବଣି ବ୍ଲକ୍‌ର ୯ଟି ଗ୍ରାମ, ରିଆମାଳ ବ୍ଲକ୍‌ର ୭ଟି ଗ୍ରାମକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚିପାରୁ ନାହିଁ। ରାସ୍ତା ନଥିବାରୁ ବାରକୋଟ ବ୍ଲକର କଦଳୀଡିହି, ବାଲିଡିହି, କଲାଡୁ, ବୁଢାଭୂଇଁ, ଦେପତ୍ତଳା, ପାଚେରୀପାଣି, ମହୁଲଡିହି, ରାବଣବସା, ଗୁରାଣ୍ଡିଖୋଳ,ବେତେଇ, ଡୟାଁଖୋଳ, ଭୀମଗଂଜା ଗ୍ରାମକୁ ଆମ୍ବୁଲାନ୍ସ ଯାଇପାରୁ ନାହିଁ।

ଠିକ୍‌ ସେହିପରି ତିଲେଇବଣି ବ୍ଲକ୍‌ର ହିରନ, ପାତ୍ରଝରୀ, ଅର୍ଗେନ, ପାଂଚଗଛା, ଲତାଖୋଳ, ବାଙ୍କଡିହି, ଭାଲୁଚୁଆଁ, ନଳବନ୍ଧ, ତେଲିସୁଆଁ ଏବଂ ରିଆମାଳ ବ୍ଲକ୍‌ର ବାଘିଆବନ୍ଧ, ହରିହରପୁର, ଠାକରାମାଳ, ସିନ୍ଦୁରଖୋଳ, ଖଇରପାଲି, ସାନସିମଲଇ, ବରାହଖୋଳ ଆଦି ଗ୍ରାମକୁ ଉପଯୁକ୍ତ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ସେବା ପହଞ୍ଚି ପାରୁ ନଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ତେବେ ସରକାରୀ ତଥ୍ୟରେ ସିନା ୨୮ଟି ଗ୍ରାମ ବୋଲି କୁହାଯାଉଛି ବାସ୍ତବରେ ଅଧିକ ଗ୍ରାମ ଏମିତି ସମସ୍ୟାରେ ଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe