ଦେବଗଡ଼ :୧୦୮ ଜନନୀ ଆମ୍ବୁଲାନ୍ସର ଜଣେ ଚାଳକ ରବିବାର ଜଣେ ରୋଗୀଙ୍କୁ ରକ୍ତ ଦେଇ ତାଙ୍କ ଜୀବନ ବଞ୍ଚାଇଛନ୍ତି। ତାଙ୍କର ଏଭଳି କାର୍ଯ୍ୟ ଯୋଗୁଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର ସୁମତି ଭୋଇ(୨୪) ବିଭିନ୍ନ ରୋଗରେ ପୀଡିତ ଥିବାସହ ଦୁର୍ବଳ ହୋଇପଡିଥିଲେ। ତାଙ୍କୁ ପରିବାର ଲୋକ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା କରୁଥିବା ଡା.ମନୋରଞ୍ଜନ ସାମଲ ତାଙ୍କୁ ରକ୍ତ ଦେବାକୁ ହେବ ବୋଲି ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ପରିବାର ଲୋକ ତାଙ୍କ ପାଇଁ ରକ୍ତ ଯୋଗାଡ କରିଥିଲେ। ତେବେ ରୋଗୀଙ୍କ ବ୍ଲଡ୍ ଗ୍ରୁପ ବି ପଜିଟିଭ୍ ଥିବାବେଳେ ଦେବଗଡ଼ ରକ୍ତଭଣ୍ଡାରରେ ଏହି ଗ୍ରୁପ୍ର ରକ୍ତ ନଥିଲା। ଲକ୍ଡାଉନ୍ ଓ ସଟ୍ଡାଉନ୍ ଯୋଗୁଁ ବିଶେଷ ଭାବେ ରକ୍ତଦାନ ଶିବିର ପ୍ରଭାବିତ ହୋଇଛି। ତେବେ ସେହି ସମୟରେ ୧୦୮ ଜନନୀ ଡ୍ରାଇଭର୍ ରୋହିତ ଟେଟେ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଉପସ୍ଥିତ ଥିଲେ। ତାଙ୍କ ଏବଂ ଉକ୍ତ ରୋଗୀଙ୍କ ବ୍ଲଡ୍ ଗ୍ରୁପ ଏକା ଥିବା ଜାଣିବା ପରେ ମାନବିକତା ଦେଖାଇ ରୋହିତ ରକ୍ତଦାନ କରିବା ସହିତ ଜଣେ ରୋଗୀଙ୍କ ଜୀବନ ବଞ୍ଚାଇ ପାରିଥିଲେ।
Follow Us